Home ଅପରାଧ ମମିତା ନିଖୋଜ ମାମଲା, ୧୨ ଘଣ୍ଟିଆ ବନ୍ଦ କଳାହାଣ୍ଡି

ମମିତା ନିଖୋଜ ମାମଲା, ୧୨ ଘଣ୍ଟିଆ ବନ୍ଦ କଳାହାଣ୍ଡି

3

କଳାହାଣ୍ଡି, ୨୦/୧୦/୨୧ (ଜିଲ୍ଲା ଖବର ) :  କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ସନସାଇନ ପବ୍ଳିକ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା । ଜୋର ଧରିଲା ସିବିଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି । ଆଜି ୧୨ ଘଣ୍ଟିଆ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି । ଜରୁରୀ ସେବାକୁ ବାଦ ଦେଇ ଗାଡି ମଟର ଓ ଦୋକାନ ବଜାର ବନ୍ଦ ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

କଳାହାଣ୍ଡି ମହାଲିଙ୍ଗ  ଶିକ୍ଷୟିତ୍ରୀ ନିଖୋଜ ମାମଲାରେ ଏବେ ବି ସସ୍ପେନ୍ସ ଲାଗି ରହିଛି। ନିର୍ମାଣାଧିନ ଖେଳପଡ଼ଇାରୁ ମିଳିଥିବା ମୃତଦେହଟି ମମିତାଙ୍କର କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ। ଏହା ଜାଣିବା ପାଇଁ ମୃତଦେହର ହେବ ଡିଏନ୍ଏ ଟେଷ୍ଟ। ମମିତାଙ୍କର ସୁନା ଚେନ୍ ସହ ପାଉଁଜି ବି ଜବତ କରିଛି ପୋଲିସ।

ତେବେ ମୃତଦେହର ଅବଶେଷଟି କାହାର, ତାହା ଜଣାପଡ଼ିନାହିଁ। କାରଣ ଦଗ୍ଧ ଏବଂ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି ମୃତଦେହର ଅବଶେଷ । ଅନ୍ୟପଟେ ସନ୍ସାଇନ୍ ଇଂରାଜୀ ସ୍କୁଲର ମାଲିକ ତଥା ମୋଷ୍ଟ ୱାଣ୍ଟେଡ୍  ଗୋବିନ୍ଦ ସାହୁକୁ ଗିରଫ ପରେ ଅଧିକ ପଚରାଉଚରା ପାଇଁ ବଲାଙ୍ଗିର ଆଣିଛି ପୋଲିସ।