
କଳାହାଣ୍ଡି,୨୦/୧୦/୨୧ (ଜିଲ୍ଲା ଖବର ) : ମହାଲିଙ୍ଗ ସନସାଇନ ପବ୍ଳିକ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କର ହୋଇଛି କୋଭିଡ୍ ଟେଷ୍ଟ । ଗିରଫଦାରୀ ପରେ ଗତକାଲି ରାତି 3ଟାରେ ହୋଇଛି ପରୀକ୍ଷା । ବଲାଙ୍ଗିର ରିର୍ଜଭ ପୋଲିସ କ୍ୟାମ୍ପସରେ ଥିବା ହସ୍ପିଟାଲରେ କରୋନା ଟେଷ୍ଟ କରାଯାଇଛି । କରୋନା ଟେଷ୍ଟ ପରେ ଗୋବିନ୍ଦଙ୍କୁ ଟିଟିଲାଗଡ଼ ନିଆଯାଉଥିବା ସୂଚନା ମିଳିଛି । ଗତକାଲି ଆଖୁ କିଆରିରୁ ଗିରଫ ହୋଇଥିଲେ ଗୋବିନ୍ଦ ସାହୁ । ତାଙ୍କୁ ଏସପି ଅଫିସରେ ପଚରାଉଚୁରା କରାଯାଇଥିଲା । ପରେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଛି ।
କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟିତ୍ରୀ ନିଖୋଜ ମାମଲାରେ ଏବେ ବି ସସ୍ପେନ୍ସ ଲାଗି ରହିଛି। ନିର୍ମାଣାଧିନ ଖେଳପଡ଼ଇାରୁ ମିଳିଥିବା ମୃତଦେହଟି ମମିତାଙ୍କର କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ। ଏହା ଜାଣିବା ପାଇଁ ମୃତଦେହର ହେବ ଡିଏନ୍ଏ ଟେଷ୍ଟ। ମମିତାଙ୍କର ସୁନା ଚେନ୍ ସହ ପାଉଁଜି ବି ଜବତ କରିଛି ପୋଲିସ।



