Wednesday, November 11, 2026
Home ଆଞ୍ଚଳିକ କ୍ରିତି ସାନନଙ୍କ ସହ ବଲ୍ ଡାନ୍ସ କଲେ ବିଗ୍ ବି

କ୍ରିତି ସାନନଙ୍କ ସହ ବଲ୍ ଡାନ୍ସ କଲେ ବିଗ୍ ବି

6

ନୂଆଦିଲ୍ଲୀ, ୨୦/୧୦/୨୧ (ଜିଲ୍ଲା ଖବର ) : ‘କୌନ ବନେଗା କରୋଡପତି’ ସିଜନ ୧୩ରେ ଏଥର ଶୁକ୍ରବାର ଦିନ ସୁପରଷ୍ଟାର ଅମିତାଭ ବଚ୍ଚନ, ଅତିଥି କ୍ରିତି ସାନନଙ୍କ ସହ ବଲ ଡାନ୍ସ କରୁଥିବା ଦେଖିବାକୁ ମିଳିବ। ଏହି ଏପିସୋଡର ଝଲକ ଦେଖାଇବା ପାଇଁ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି ବିଗ୍ ବି ।

ବିଗ୍ ବି କ୍ରିତି ସାନନଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ,  ବଲରୁମ ଡ୍ୟାନ୍ସ ତାହା ପୁଣି ଲାଲ୍ ପୋଷାକରେ ଥିବା ଏହି ସୁନ୍ଦର ମହିଳାଙ୍କ ସହ, କ୍ରିତି ସାନନ। ୱାଃ। ମୋର କଲେଜ ଏବଂ କୋଲକାତା ଦିନ କଥା ମନେ ପଡିଗଲା। ଏହି ଶୋ’ର ଅଂଶଗ୍ରହଣ  କରିଥିବାରୁ କ୍ରିତି ସାନନ୍ ବେଶ ଖୁସି ଅଛନ୍ତି।

ତେବେ ଏହି ଫଟୋରେ ଏକ ବ୍ଲୁ କଲର ସୁଟରେ ବିଗ୍ ବି ନଜର ଆସୁଥିବା ବେଳେ, ଏକ ଲାଲ୍ ରଙ୍ଗର ପୋଷାକରେ କ୍ରତି ମଧ୍ୟ ଖୁବ୍ ଆକର୍ଷଣୀୟ ଲାଗୁଛନ୍ତି ।

ପ୍ରକୃତରେ, ଅଭିନେତ୍ରୀ କ୍ରିତି ସାନନ୍ ଏବଂ ଅଭିନେତା ରାଜକୁମାର ରାଓ ତାଙ୍କର ଆଗାମୀ ଫିଲ୍ମ ‘ହମ୍ ଦୋ ହାମାରେ ଦୋ’ର ପ୍ରମୋସନ କରୁଛନ୍ତି। ଯେଉଁଥିପାଇଁ କେବିସିରେ ମଧ୍ୟ ଆସିଛନ୍ତି ଦୁହେଁ ।