Sunday, November 15, 2026
Home ଆଞ୍ଚଳିକ ଇସଲାମ ଧର୍ମର ପ୍ରବର୍ତକ ହଜରତ ମହମଦଙ୍କ ଜନ୍ମ ଉତ୍ସବ ନିରାଡମ୍ବରର ସହିତ ପାଳନ ହେଲା

ଇସଲାମ ଧର୍ମର ପ୍ରବର୍ତକ ହଜରତ ମହମଦଙ୍କ ଜନ୍ମ ଉତ୍ସବ ନିରାଡମ୍ବରର ସହିତ ପାଳନ ହେଲା

55

ଜଟଣୀ ,୧୯/୧୦,(ଜିଲ୍ଲା ଖବର): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କରାଯାଇଥିବା ସମସ୍ତ ଉତ୍ସବ ପ୍ରତି ଅଙ୍କୁଶକୁ ଜଟଣୀ ଅଂଚଳର ଜନସାଧାରଣମାନେ ମାନି ଚଳିଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ମଙ୍ଗଳବାର ଇସଲାମ ଧର୍ମର ପ୍ରବର୍ତକ ହଜରତ ମହମଦ ସଲ୍ଲଲାହିଓ ଅଲୈହିଓସଲ୍ଲମ୍‌ଙ୍କ ଜନ୍ମ ଦିବସ ତଥା ଇଦ-ମିଲାଦୁନ-ନବୀ ନିରାଡମ୍ବର ମଧ୍ୟରେ ପାଳିତ ହୋଇଛି । ଇସଲାମିକ କ୍ୟାଲେଣ୍ଡରର ରବ୍ୱିୱଲ୍ ଅୱଲର ୧୨ ତାରିଖରେ ହେଉଥିବା ଇଦ୍ ମିଲାଦୁନ ନବୀ ମଙ୍ଗଳବାର ପୁର୍ବାହ୍ନରେ ପାଳନ ହୋଇ ଯାଇଛି । ଜଟଣୀର ସୁନ୍ନୀ ସଂପ୍ରଦାୟଙ୍କ ପକ୍ଷରୁ ଏହି ଉତ୍ସବ ପାଳନ ହୋଇଥିଲା । ଜଟଣୀର ପ୍ରମୁଖ ମସଜିଦ ରେତଙ୍ଗକଲୋନୀ ସ୍ଥିତ ମସଜିଦ ହବିବି,ଜଟଣୀ ସହରର ଗଜପତିନଗର, ଉପରବଜାର, ରାଜା ବଜାର, କୁଦିଆରୀ ବଜାର ଇତ୍ୟାଦିରେ ରହିଥିବା ମସଜିଦଗୁଡିକରେ ସାମାଜିକ ଦୁରତା ପାଳନକରି ହଜରତ ମହମ୍ମଦଙ୍କ ଉଦ୍ୟେଶ୍ୟରେ ପ୍ରାର୍ଥନା ର ଆୟୋଜନ ହୋଇଥିଲା । ମସଜିଦ ହବିବି ପକ୍ଷରୁ ସର୍ବତ ଓ ମିଷ୍ଟାନ୍ନ ପ୍ରଦାନ କରାଯାଇଥିବା ବେଳେ ଲୋକମାନଙ୍କୁ ବଜାର ମଧ୍ୟରେ ମାସ୍କ ବଂଟନ କରାଯାଇଥିଲା । ସେହିପରି ସ୍ଥାନୀୟ ବାଛରା ପାଟଣାରେ ଥିବା ମଦରସାତୁଲ ମଦିନା ପକ୍ଷରୁ ମହାପୁରୁଷ ମହମଦଙ୍କ ଉଦେଶ୍ୟରେ ଏକ ଦୂଆର ଆୟୋଜନ କରାଯାଇଥିଲା । ଏହି ଅବସରରେ ଭାଇଚାରାର ସହର ଜଟଣୀରେ ବିଭିନ୍ନ ସଂପ୍ରଦାୟ ପକ୍ଷରୁ ଆଜିର ଏହି ମହାନ ଉତ୍ସବରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର