ଚିତା ବାଘ ଛାଲ ଜବତ, ଜଣେ ଗିରଫ

48

ବୌଦ୍ଧ , ୧୯/୧୦/୨୧ (ଜିଲ୍ଲା ଖବର) :  ଚିତା ବାଘଛାଲ ଜବତ ହୋଇଛି। ଜଣେ ଲୋକଠାରୁ ଏହା ଜବତ ହୋଇଥିବା ଜଣାପଡ଼ିଛି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କପାସିରାର ଜଣେ ଲୋକଠାରୁ ଦୁଇଟି ଚିତା ବାଘ ଛାଲ ଜବତ । ଏହାସହ ଅଭିଯୁକ୍ତକୁ ଗିରଫ କରଯାଇଛି । ଅଭିଯୁକ୍ତ ଜଣକ କଣ୍ଟାମାଲ ଥାନା ନାରାୟଣପ୍ରସାଦ ପଂଚାୟତ ଲୁଣ୍ଡୁରୁ ଗାଁର ଜୀବର୍ଦ୍ଧନ ଭୋଇ ବୋଲି ଜଣାପଡ଼ିଛି ।

ଏକ ଟିମ୍ ସୋନପୁରରେ କ୍ୟାମ୍ପ କରିଥିଲେ । ଗତକାଲି ରାତିରେ ସେମାନେ ମନମୁଣ୍ଡା ଥାନା କପାସିରା ଛକ ନିକଟରେ ବାଘ ଛାଲର ଚୋରା କାରବାର ହେବାକୁ ଥିବା ଖବର ପାଇବା ପରେ ଚଢାଉ କରିଥିଲେ । ପ୍ରାଣୀ ସୁରକ୍ଷା ଆକ୍ଟ- ୧୯୭୨ ନିୟମ ଭଙ୍ଗ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରାଯାଇ ବୌଦ୍ଧ ଡିଏଫଓଙ୍କୁ ଏସଟିଏଫ୍ ହସ୍ତାନ୍ତର କରିଛି ।