Wednesday, November 11, 2026
Home ଆଞ୍ଚଳିକ ସାଉଥ ଅଭିନେତ୍ରୀ ଉମା ମହେଶ୍ୱରୀଙ୍କ ଦେହାନ୍ତ

ସାଉଥ ଅଭିନେତ୍ରୀ ଉମା ମହେଶ୍ୱରୀଙ୍କ ଦେହାନ୍ତ

48

ନୂଆଦିଲ୍ଲୀ,୧୯/୧୦/୨୧ (ଜିଲ୍ଲା ଖବର) : ଆଉ ଏ ଦୁନିଆରେ ନାହାଁନ୍ତି ସାଉଥ୍ ଅଭିନେତ୍ରୀ ଉମା ମହେଶ୍ୱରୀ । ମାତ୍ର ୪୦ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।  ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା । ଦେହାନ୍ତ ହେବା ପୂର୍ବରୁ ସେ ହଠାତ୍ ତଳେ ପଡି ଯାଇଥିଲେ ଏବଂ ଏହାପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

 ତେବେ ତାଙ୍କର ଏହି ଦେହାନ୍ତ ଖବର ପାଇବା ପରେ , ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ସୋସିଆଲ ମିଡିଆରେ ଅନେକ କଳାକାର ଶୋକ ବ୍ୟକ୍ତ କରୁଛନ୍ତି । 
ଅନ୍ୟପଟେ, ଉମାଙ୍କ ମା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଶାନ୍ତି ୱିଲିୟମ୍ସ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଉମା ମୋର ଏକ ଝିଅ ପରି ଥିଲା। ତାଙ୍କ ଦେହାନ୍ତ ଖବର ଶୁଣି ମୁଁ ଆଶ୍ଚର‌୍ୟ୍ୟ ହୋଇ ପଡିଛି । ଜଣା ନାହିଁ ଭଗବାନ ଏତେ କମ୍ ବୟସର ଲୋକଙ୍କ ତାଙ୍କ ପାଖକୁ ନେଇ ଯାଆନ୍ତି ।