Monday, October 19, 2026
Home ଅପରାଧ ଶ୍ଵାସରୁଦ୍ଧରେ ୩ ଶ୍ରମିକଙ୍କ ମୃତ୍ୟୁ

ଶ୍ଵାସରୁଦ୍ଧରେ ୩ ଶ୍ରମିକଙ୍କ ମୃତ୍ୟୁ

16

ରାୟଗଡ଼ା, ୧୯/୧୦/୨୧ (ଜିଲ୍ଲା ଖବର) : ଶ୍ଵାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ପଞ୍ଚାଲି ଗାଁରେ ଏହି ଅଘଟଣ ଘଟିଛି।

 ନିର୍ମାଣଧିନ ପାଇଖାନା ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର।  ମୃତ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଥିବା ବେଳେ ଜଣଙ୍କର ଅସ୍ପଷ୍ଟ ରହିଛି ।

ଦୁଇ ଜଣଙ୍କ ପରିଚୟ ପଣସ ପଦର ଗାଁର ଗୋବିନ୍ଦ କୁମ୍ଭାର,ପଞ୍ଚାଲି ଗାଁର ସୀମା ମାଝି ବୋଲି ଜଣା ପଡିଛି। ତେବେ ତୃତୀୟ ବ୍ୟକ୍ତିଙ୍କ ନାଁ ସ୍ପଷ୍ଟ ହୋଇ ନଥିବା ବେଳେ ତାଙ୍କ ଘର କଂସାରିଗୁଡା ଗାଁରେ ହୋଇଥିବା ଜଣାପଡିଛି।