Sunday, November 15, 2026
Home ଆଞ୍ଚଳିକ ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ଵାଦଶ ଟର୍ମ-୧ ପରୀକ୍ଷା ସୂଚୀ

ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ଵାଦଶ ଟର୍ମ-୧ ପରୀକ୍ଷା ସୂଚୀ

6

୧୯/୧୦/୨୧ (ଜିଲ୍ଲା ଖବର) : ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ଵାଦଶ ଟର୍ମ-୧ ପରୀକ୍ଷା ସୂଚୀ। ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ରୁ ଦ୍ଵାଦଶ ଟର୍ମ-୧ ପରୀକ୍ଷା।

ସିବିଏସଇ ଦଶମ ଟର୍ମ-୧ ପରୀକ୍ଷା ନଭେମ୍ବର ୩୦ରୁ ଆରମ୍ଭ ହୋଇ ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ।  ସେହିପରି ଡିସେମ୍ବର ୧ରୁ ସିବିଏସଇ ଦ୍ଵାଦଶ ଟର୍ମ-୧ ପରୀକ୍ଷା ଆରମ୍ଭ ହେବ। ଏହା ଡିସେମ୍ବର ୨୨ ଯାଏଁ ଚାଲିବ।

ସକାଳ ୧୧ଟା ୩୦ରୁ ଅପରାହ୍ନ ୧ଟା ଯାଏଁ ଦଶମ ଓ ଦ୍ଵାଦଶ ପରୀକ୍ଷା ହେବ। ୯୦ ମିନିଟର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପଢିବାକୁ ୨୦ ମିନିଟ ମିଳିବ। ଅଧିକ ଜାଣିବା ପାଇଁ www.cbse.nic.in ପରାମର୍ଶ ଦିଆଯାଇଛି।