Wednesday, July 22, 2026
Home ଅପରାଧ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ନ୍ୟାୟ ପାଇଁ ଥାନା ଘେରିଲେ ଶତାଧିକ ଗ୍ରାମବାସୀ

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ନ୍ୟାୟ ପାଇଁ ଥାନା ଘେରିଲେ ଶତାଧିକ ଗ୍ରାମବାସୀ

10

କେନ୍ଦୁଝର, ୧୯/୧୦/୨୧ (ଜିଲ୍ଲା ଖବର) : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ନାରଙ୍ଗପୁର ଗାଁରେ ଦଶହରା ପୂଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗାଁରେ ସଂଘର୍ଷ ହୋଇଛି। ସୂଚନା ଅନୁସାରେ, ସଂଘର୍ଷରେ ଉଭୟ ପକ୍ଷରୁ ୨ଜଣ ଆହତ ହୋଇଛନ୍ତି।

ଗୋଟିଏ ଗୋଷ୍ଠୀ ନ୍ୟାୟ ଆଶାରେ ଏକ ବସରେ ଆସି ଥାନାର ଦ୍ଵାରସ୍ତ ହୋଇଛନ୍ତି। ସଂଘର୍ଷ ସମୟରେ ଦୋକାନ ଭଙ୍ଗାରୁଜା ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପୋଲିସ ଗ୍ରାମବାସୀଙ୍କୁ  ପ୍ରତିଶୃତି ଦେଇଛି।