Home ଆଞ୍ଚଳିକ ଟି-20 ବିଶ୍ବକପର ପ୍ରଥମ ଅଭ୍ୟାସ ମ୍ୟାଚରେ ଟିମ ଇଣ୍ଡିଆର ଦମଦାର ବିଜୟ

ଟି-20 ବିଶ୍ବକପର ପ୍ରଥମ ଅଭ୍ୟାସ ମ୍ୟାଚରେ ଟିମ ଇଣ୍ଡିଆର ଦମଦାର ବିଜୟ

18

 ନୂଆଦିଲ୍ଲୀ,୧୯/୧୦/୨୧ (ଜିଲ୍ଲା ଖବର) : ଟି-20 ବିଶ୍ବକପର ପ୍ରଥମ ଅଭ୍ୟାସ ମ୍ୟାଚରେ ଟିମ ଇଣ୍ଡିଆର ଦମଦାର ବିଜୟ। ଇଂଲଣ୍ଡକୁ 7 ୱିକେଟରେ ହରାଇଲା ଭାରତ । ଛକା ମାରି ଭାରତକୁ ପ୍ରଥମ ଅଭ୍ୟାସ ମ୍ୟାଚରେ ବିଜୟୀ କରାଇଛନ୍ତି ରିଷଭ ପନ୍ତ। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରେ 5 ୱିକେଟ ହରାଇ 188 ରନ କରିଥିଲା। ଯାହାର ଜବାବରେ 19 ଓଭରେ 192 ରନ କରିଛି ଭାରତ। 189 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ପକ୍ଷରୁ ଦମଦାମ ବ୍ୟାଟିଂ କରିଥିଲେ ଉଭୟ ଓପନର।

 କେଏଲ ରାହୁଲ 51 ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ଇସନ କିଷନ 70ରନ ଇନିଂସ ଖେଳି ରିଟାୟର ହର୍ଟ ହୋଇଥିଲେ । ତେବେ ଭାରତ 19 ଓଭରେ 3 ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ଇଂଲଣ୍ଡ ପକ୍ଷରୁ ବାରିଷ୍ଟୋ ସର୍ବୋଧିକ 49 ରନ ଏବଂ ମୋଇନ ଅଲି 43 ରନ କରିଥିଲେ । ଭାରତ ତରଫରୁ ମହମ୍ମଦ ଶମି ସର୍ବାଧିକ 3 ୱିକେଟ ନେଇଥିଲେ।