
ଭୁବନେଶ୍ୱର,୧୯/୧୦/୨୧ (ଜିଲ୍ଲା ଖବର) : ରାଜ୍ୟରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି
।
ମୁସଲିମ ପର୍ବ ଇଦ୍-ମିଲାଦ ଏବଂ ହିନ୍ଦୁ ମହୋତ୍ସବ “ଗଜଲକ୍ଷ୍ମୀ ପୂଜା ” କୁ ଦୃଷ୍ଟିରେ ରଖି ଓଡିଶାରେ କାର୍ଯ୍ୟ କରୁଥିବା ବ୍ୟାଙ୍କ ଏବଂ ବ୍ୟାଙ୍କିଂ ସଂସ୍ଥା ଆଜି (ମଙ୍ଗଳବାର) ଏବଂ ଆସନ୍ତାକାଲି (ବୁଧବାର) ବନ୍ଦ ରହିବ। ଓଡୋଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି।


