Monday, November 16, 2026
Home ଆଞ୍ଚଳିକ ସୋରଡା ରେ ଜଲାଲୁ ଦ୍ଧିନ ବାବାଙ୍କ ଓର୍ସ ଉଛବ ପାଳିତ

ସୋରଡା ରେ ଜଲାଲୁ ଦ୍ଧିନ ବାବାଙ୍କ ଓର୍ସ ଉଛବ ପାଳିତ

22

ଗଞ୍ଜାମ ଜିଲ୍ଲା, ୧୯/୧୦(ଜିଲ୍ଲା ଖବର):ଗଞ୍ଜାମ ଜିଲ୍ଲା ସୋରଡା ରେ ଆଜି ସଂଖ୍ୟା ଲଘୁ ମୁସଲିମ ସମ୍ପ୍ରଦାୟର ମସଜିଦ ପରିସରରେ ଥିବା ବାବା ଙ୍କ କଭର ସ୍ଥଳୀରେ ଜଲାଲୁ ଦ୍ଧିନ ବାବାଙ୍କ ଓର୍ସ ଉଛବ ପାଳିତ ହୋଇଛି । ସବୁ ବର୍ଷ ମୁସଲିମ ସମ୍ପ୍ରଦାୟର ଲୋକମାନେ ଅତି ଧୁମ ଧାମ ରେ ଏହି ପର୍ବ ଟି ପାଳନ କରିଥାନ୍ତି ।କିନ୍ତୁ କୋରନା କଟକଣା କୁ ନଜର ରେ ରଖୀ କମ ଲୋକଙ୍କ ମଧ୍ୟରେ ପର୍ବଟି ପାଳନ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ତାଙ୍କର ବହୁ ସହକର୍ମୀ ଯୋଗ ଦେଇ ବାବାଙ୍କ କଭର ସ୍ଥଳୀରେ ଚାଦର ,ଫୁଲ ଚଢାଇ ଥିଲେ। ଏଥିରେ ମୁସଲିମ ମସଜିଦ କମିଟି ସଭାପତି ସୟଦ ଆକବର,ସମ୍ପାଦକ ମଏ ଆବିଦ, ମଡି ସାକୀର ଏବଂ ଦରଗା କମିଟିର ଯୁବ ସଦସ୍ୟ ବୃନ୍ଦ ସୟଦ ବସିମ,ରସିଦ ସରିଫ,ଆଲ୍ହା ରଖୁ ଖାନ, ମହମଦ ରିଆଜ ଆଦି ଯୋଗ ଦେଇଥିଲେ ।