
ଗଂଜାମ,୧୯/୧୦(ଜିଲ୍ଲା ଖବର):ବର୍ତ୍ତମାନ ପୂଜା ପାର୍ବଣର ୠତୁ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏହି ସମୟରେ ଜୁଆ ଖେଳର ଆସର ଜମିଥାଏ ।ଏହାକୁ ମାତ ଦେବା ପାଇଁ ପୋଲିସ ପ୍ରଶାସନ ସବୁବେଳେ ତତ୍ୱର।ଏଣୁ ସୋରଡା ପୋଲିସ ସୋରିଷବିଲି ଗ୍ରାମ ଓ ସୋରଡା ଗୋଲା ସାହିରେ ଚାଲି ଥିବା ଜୁଆ ଆଡା ଉପରେ ଅତର୍କିତ ଚଢ଼ାଉ କରି 18270/- ନଗଦ ଟଙ୍କା, ନଅ ଜଣଙ୍କୁ ଗିରଫ କରିବା ସହ ତାସ ଓ ଦୁଇଟି ମୋବାଇଲ ଜବତ କରିଥିଲା ପୋଲିସ। ପାର୍ବଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସୋରଡା ପୋଲିସ କଡା ନଜର ରଖିଛି ତାହା ସହ ସବୁ ସ୍ଥାନ ରେ ପେଟ୍ରୋଲିଂ ମଧ୍ୟ ଜୋରଦାର କରିଦେଇଛି। ଆଜି ଜୁଆ ଖେଳ ଚାଲିଥିବା ସୂଚନା ପାଇ ସୋରଡା ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ସହ ଏସ୍ ଆଇ ଅର୍ତ୍ତତ୍ରଣ ଡାନି ଚଢ଼ାଉ କରିଥିଲେ ଓ ଘଟଣାର ଅଧିକ ତଦନ୍ କରିଛନ୍ତି। ଏବଂ ଏ ସମସ୍ତଙ୍କୁ କେସ ନମ୍ବର 336 ଓ 337 ପୃଥକ ଦୁଇଟି ମାମଲା ରୁଜ୍ଜୁ କରି ଓଡ଼ିଶା ଅନୁସାସନ ଆଇନ ଧାରା 3 ପ୍ରକାରେ ହାଜତକୁ ପଠାଇଛନ୍ତି।



