
୧୮/୧୦(ଜିଲ୍ଲା ଖବର):ଦିନକୁ ଦିନ ଅଞ୍ଚଳରେ ଯୁଆ ଖେଳ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଜୋରଦାର ଚଢ଼ାଉ ଜାରି ରହିଥିବା ବେଳେ ଆଜି କବିସୂର୍ଯ୍ୟନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଖେଳ ଉପରେ ପୋଲିସ ଚଢ଼ାଉ କରି ପାଖାପାଖି 18 ଜଣ ଜୁଆ ଖେଳାଳି ଙ୍କୁ ଗିରଫ କରିଛି ପୋଲିସ l ଏହା ସହିତ ଏମାନଙ୍କ ନିକଟରୁ 94,900 ଟଙ୍କା ଓ ତାସ ଜବତ କରିଛି ପୋଲିସ l ଗିରଫ ଜୁଆ ଖେଳାଳି ମାନଙ୍କୁ କୋର୍ଟ ଚାଲାଣ କରାଯଇଥିବା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁ l




