Tuesday, November 17, 2026
Home ଆଞ୍ଚଳିକ ବିଶିଷ୍ଟ କବି ଦିଲ୍ଲୀପ ଦାଶଙ୍କ ବିୟୋଗରେ ଶୋକ ସଭା

ବିଶିଷ୍ଟ କବି ଦିଲ୍ଲୀପ ଦାଶଙ୍କ ବିୟୋଗରେ ଶୋକ ସଭା

62

ଆସିକା ତା୧୮/୧୦(ଜ଼ିଲ୍ଲା ଖବର ): ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ କଲେଜ ଷ୍ଟାଫ୍ କ୍ଳବ୍ ସେକ୍ରେଟାରୀ ଡ଼ ସ୍ମିତାରାଣୀ ପଣ୍ଡାଙ୍କ ଦ୍ବାରା ଦିବଂଗତ ବିଶିଷ୍ଟ ଓଡ଼ିଆ କବି ଏବଂ ସାହିତ୍ୟିକ ତଥା ଏହି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଦାଶଙ୍କ ବିୟୋଗରେ ଏକ ଶୋକ ସଭା ଆନୁଷ୍ଠାନିକ ରୂପେ ଅନୁଷ୍ଠିତ ହୋଇଯାଇଛି। ତାଙ୍କରି ଦିବଙ୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନଟ୍ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ଯୋଗଦାନପୂର୍ବକ ଦିବଙ୍ଗତ ଦିଲ୍ଲୀପ ଦାଶଙ୍କୁ ଓଡ଼ିଆ ଭାଷା ସାହିତ୍ୟର ମୁଖ୍ୟ, ମହାବିଦ୍ୟାଳୟ ଅଧ୍ୟକ୍ଷ, କବି, ସୁସାହିତ୍ୟିକ, ଲେଖକ, ସମାଲୋଚ଼କ ରୂପେ ସ୍ମୃତି ଚାରଣ କରିଥିଲେ। କଲେଜ ଅଧ୍ୟକ୍ଷ ଡ଼. ଜୀବାନନ୍ଦ ତ୍ରିପାଠୀ, ରିଡର ଡ଼. ସ୍ମିତାରାଣୀ ପଣ୍ଡା, ପ୍ରାଧ୍ୟାପକ ଡ଼଼. ଅଭୟକେଶରୀ ପରିଚ୍ଛା ପଟ୍ଟନାୟକ, ଅଧ୍ୟାପିକା ଡ଼. ସସ୍ମିତା ପାତ୍ର ଏବଂ ଅଧ୍ୟାପକ ରାଜେଶ୍ କୁମାର ସାହୁ ଦିବଂଗତ ଦିଲ୍ଲୀପ ଦାଶଙ୍କ ବ୍ୟକ୍ତିତ୍ବ, କୃତିତ୍ବ ତଥା ମୁଖ୍ୟ କାବ୍ୟ ସଙ୍କଳନର ସ୍ମୃତି ଚାରଣ କରିଥିଲେ। ସମସ୍ତେ ତାଙ୍କରି କାବ୍ୟ କୃତି ଗୁଡିକ ମହାବିଦ୍ୟାଳୟ ତଥା ବିଶ୍ବବିଦ୍ୟାଳୟର ପାଠ୍ୟଖସଡାରେ ମଧ୍ୟ ସ୍ଥାନ ପାଇଛି ବୋଲି କହିଥିଲେ। ଓଡ଼ିଆ ଅଧ୍ୟାପିକା ଡ଼. ପାତ୍ର ସ୍ବର୍ଗତ ଦାଶଙ୍କ କେତୋଟି ମୁଖ୍ୟ କବିତାର ଉଦ୍ଦେଶ୍ୟ ସହ କବିତା ପଠନ କରିଥିଲେ। ସେ ୧୯୯୮ରେ ‘ସୁଦୂରରୁ ଅନେକ ଦୂର’ କାବ୍ୟ ସଂକଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଦମୀ ତରଫରୁ ପୁରସ୍କୃତ ହୋଇଥିଲେ। ବ୍ୟକ୍ତିଗତ ରୂରେ ସେ ଜଣେ ଅମାୟିକ, ନିଷ୍କପଟ, ଛାତ୍ର ବତ୍ସଳ ଏବଂ କର୍ମଚାରୀଙ୍କ ପ୍ରତି ସଦା ସର୍ବଦା ଉଦାରମନାର ପରିଚାୟକ ଥିଲେ ବୋଲି କଲେଜ ଅଧ୍ୟକ୍ଷ ମନ୍ତବ୍ୟ ରଖିଥିଲେ। ତାଙ୍କରି ଓଡ଼ିଆ ଭାଷା ସାହିତ୍ୟ ଅଧ୍ୟାପନା ବୃତ୍ତି ଆସିକା ବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠାରୁ ଆରମ୍ଭ କରି ଉକ୍ତ ମହାବିଦ୍ୟାଳୟରେ ହିଁ ଅଧ୍ୟକ୍ଷ ହୋଇ ପାରିଥିଲେ। ତାଙ୍କରି ବିୟୋଗରେ ସମଗ୍ର ଓଡ଼ିଶାର ଓଡ଼ିଆ ଭାଷାସାହିତ୍ୟର ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତେ ସ୍ମୃତି ଚାରଣ କରିଥିଲେ ଏବଂ ସମସ୍ତେ ତାଙ୍କରି ଅମ୍ଳାନ ଓ ଅମର ଆତ୍ମାର ସଦଗତି ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।