Home ଅପରାଧ କୁକୁଡାଖଣ୍ଡି; ଖେଳିବା ଆଳରେ ପିଟିଲେ

କୁକୁଡାଖଣ୍ଡି; ଖେଳିବା ଆଳରେ ପିଟିଲେ

13

କୁକୁଡାଖଣ୍ଡି,୨୦ା୧୧(ଜ଼ିଲ୍ଲା ଖବର) : ସଦରଥାନା ଅନ୍ତର୍ଗତ ସାତପାଣ୍ଡିଆ ଗ୍ରାମରେ କ୍ରିକେଟ ଖେଳିବା ବାହାନାରେ କିଛି ପିଲା ଆସି କ୍ରିକେଟ ଖେଳୁଥିବା ଗ୍ରାମର ବି.ଚିକୁନ ରେଡି,ବି.ସିପୁନ ରେଡିକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଓ୍ବିକେଟ ବାଡିରେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟର ଭିଜୁଆଲ ମଧ୍ୟ ସୋସିଆସ ମିଡିଆରେ ଭାଇରାଲ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଉଭୟ କୁକୁଡାଖଣ୍ଡି ଡାକ୍ତରଖାନାରେ ଚିକିସ୍ଛିତ ହେଉଛନ୍ତି।ଏନେଇ ବି.ଦୁଯ୍ୟୋଧନ ରେଡି ଗ୍ରାମର କେ.ପ୍ରଦିପ ରେଡି,କେ,ଲୁଲାରେଡି,ଏସ.ବାଲା ରେଡିଙ୍କ ସହ ୬ ଜଣଙ୍କ ନାରେ ଏତଲା ଦେଇଥିଲେ ଏବଂ ଦୁଯ୍ୟୋଧନଙ୍କ ପରିବାରକୁ ଗ୍ରାମର ରେଡି କୁଳରୁ ଏକମାସ ହେଲା ବାସନ୍ଧ କରିଛନ୍ତି।ଏନେଇ ଥାନାରେ ୩୨୨/୨୦୧୯ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଏସଆଇ ସୁରେଶ କୁମାର ସାହୁ କେ.ଲୁଲା ରେଡି ଓ ଏସ.ବାଲା ରେଡି (୨୩)କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି।