Friday, November 13, 2026
Home ଆଞ୍ଚଳିକ ଏଥର ବି ଇଡି ନିକଟରେ ହାଜର୍ ହେଲେ ନାହିଁ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍

ଏଥର ବି ଇଡି ନିକଟରେ ହାଜର୍ ହେଲେ ନାହିଁ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍

5

ମୁମ୍ବାଇ,୧୮/୧୦/୨୧ (ଜିଲ୍ଲା ଖବର ) : ବାରମ୍ବାର ଡାକରା ପରେ ବି ହାଜର ହେଉ ନାହାଁନ୍ତି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ।  ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ଇଡି ତାଙ୍କୁ ଚତୁର୍ଥ ଥର ପାଇଁ ସମନ ଜାରି କରିବା ପରେ ମଧ୍ୟ, ଇଡି ନିକଟରେ ହାଜର ହୋଇ ନାହାଁନ୍ତି ଜ୍ୟାକଲିନ୍ । ଆଜି ତାଙ୍କୁ ହାଜର ହେବା ଥିଲା, କିନ୍ତୁ ସେ ହାଜର ହୋଇ ନାହାଁନ୍ତି ।  ଇଡି ତାଙ୍କୁ ୩ ଥର ସମନ ପଠାଇବା ପରେ,ଏହା ଥିଲା ଚତୁର୍ଥ ଥର । ତଥାପି ତାଙ୍କର ଦେଖା ନାହିଁ ।

ତେବେ ସୂଚନା ଅନୁଯାୟୀ, ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ତାଙ୍କର ବ୍ୟକ୍ତିଗତ କାରଣ ଦର୍ଶାଇ ତଦନ୍ତରେ ସାମିଲ ହୋଇ ପାରୁନଥିବା କହିଛନ୍ତି । କେବଳ ଏତିକି ନୁହେଁ, ଏହା ସହିତ ସେ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ତାଙ୍କୁ ସମୟ ଦେବାକୁ ଇଡି ନିକଟରେ ଅନୁରୋଧ କରିଛନ୍ତି ।