Wednesday, November 11, 2026
Home ଆଞ୍ଚଳିକ କରୋନା ସଂକ୍ରମିତ ହେଲେ, ଅଭିନେତ୍ରୀ ପୂଜା ବେଦୀ

କରୋନା ସଂକ୍ରମିତ ହେଲେ, ଅଭିନେତ୍ରୀ ପୂଜା ବେଦୀ

10

ନୂଆଦିଲ୍ଲୀ,୧୮/୧୦/୨୧ (ଜିଲ୍ଲା ଖବର ) : କରୋନା ସଂକ୍ରମିତ ହେଲେ ବଲିଉଡ ଅଭିନେତ୍ରୀ ପୂଜା ବେଦୀ । ନିକଟରେ ଇନଷ୍ଟାଗ୍ରାମ ଆକାଉଂଟରେ ପୂଜା ବେଦୀ ଏକ ଭିଡିଓ ସେୟାର ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । ତେବେ କିଛି ଦିନ ପୂର୍ବରୁ ସେ ଆଲର୍ଜିର ଶିକାର ହୋଇଥିଲେ । ଏହାପରେ ତାଙ୍କୁ କାଶ ହୋଇଥିଲା । ଆଉ ତା ପରେ ଜ୍ବର ଆରମ୍ଭ ହୋଇ ଯାଇଥିଲା । ଟେଷ୍ଟ କରିବା ପରେ ସେ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଜଣା ପଡିଥିଲା । କେବଳ ପୂଜା ବେଦୀ ନୁହଁନ୍ତି ବରଂ ତାଙ୍କ ସହିତ ତାଙ୍କ ଫିଆନ୍ସ ଏବଂ ହାଉସ୍ ହେଲ୍ପର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

ସବୁଠାରୁ ଖାସ୍ କଥା ହେଉଛି , ସେ  କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍  ଆସିଛି । ଏଥିପାଇଁ ସେ କୌଣସି ଟୀକା ନନେବାକୁ ନିଷ୍ପତି ନେଇଛନ୍ତି । ନାଚୁରାଲ ଇମ୍ୟୁନିଟି ବିକଳ୍ପ ଚିକିସ୍ବା ମୋତେ ସୁସ୍ଥ କରିବାରେ ସାହାଯ୍ୟ କରିବ । ଆପଣ ସେୟା କରନ୍ତି ଯାହା ଆପଣଙ୍କୁ ଠିକ୍ ଲାଗେ ।  ନିଜକୁ ରକ୍ଷା କରିବାକୁ ପଡିବ । ଭୟ କରନାହିଁ ।