
୧୮/୧୦/୨୧ (ଜିଲ୍ଲା ଖବର ) : ସିସିଟିଭିରେ କଏଦ ହେଲା ଚୋରି ଦୃଶ୍ୟ। କଟକ ନରସିଂହପୁର ପଞ୍ଚମୁଖୀ ଛକ ନିକଟରୁ ଏକ ବ୍ୟବସାୟୀକ ପ୍ରତିଷ୍ଠାନରୁ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସଟରତାଡ଼ି ଦୁଇ ଲକ୍ଷ ଚାରି ହଜାର ୩୫୫ ନଗଦ ଟଙ୍କା ସହିତ ଆସବାବପତ୍ର ଲୁଟି ନେଇଥିବା ଅଭିଯୋଗ ହୋଇଛି।
ରାତିରେ ଲୁଟେରାମାନେ ପ୍ରଥମେ କ୍ୟାମେରା ଭାଙ୍ଗି ଲାଇଟିକୁ ବନ୍ଦ କରି ସଟରକୁ ତାଡି ଭିତରେ ପଶିଥିଲେ। ସେଠାରେ ଥିବା ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ନେବା ସହ କମ୍ପ୍ୟୁଟରର ସମସ୍ତ ତଥ୍ୟକୁ ଚୋରି କରିଥିବା ଅଭିଯୋଗ ହୋଇଛି । ଯାହାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି।



