Tuesday, October 20, 2026
Home ଅପରାଧ ମିଛ ଚିକିତ୍ସା ବାହାନା କରି ଡାକ୍ତରଖାନାରେ ପ୍ରଶାନ୍ତ ଜଗଦ୍ଦେବ, ବିଜେପି କହିଲା ଧାରଣାରେ ବସିବ

ମିଛ ଚିକିତ୍ସା ବାହାନା କରି ଡାକ୍ତରଖାନାରେ ପ୍ରଶାନ୍ତ ଜଗଦ୍ଦେବ, ବିଜେପି କହିଲା ଧାରଣାରେ ବସିବ

10

୧୮/୧୦/୨୧ (ଜିଲ୍ଲା ଖବର ) : ଜାମିନ ନାମଞ୍ଜୁର ପରେ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ହସ୍ପିଟାଲରେ ମିଛରେ ଚିକିତ୍ସା ବାହାନା କରି ଆଇନର ଗଳାବାଟରେ ଖସିଯିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛି ବଜେପି । ଏ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ବଜେପିର ଏକ ଟିମ ଭେଟିବା ସହ ଦାବିପତ୍ର ପ୍ରଦାନ କରିଛି । ବିଜେପିର ଅଭିଯୋଗ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନିଜ ଦଳରୁ ନିଲମ୍ବିତ କଲେ ମଧ୍ୟ ସରକାର ପରୋକ୍ଷରେ ସାହାଯ୍ୟ କରୁଛନ୍ତି । 

ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଅଧ୍ୟକ୍ଷ ବିଭୁ ପ୍ରସାଦ ତରାଇ କହିଛନ୍ତି, ପୂର୍ବରୁ ପୋଲିସ ତାଙ୍କୁ ଗିରଫ କଲାନାହିଁ ଏବେ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ତାଙ୍କର କୌଣସି ରୋଗ ନ ଥିଲେ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ରଖି ମିଛରେ ଚିକିତ୍ସା କରାଉଛନ୍ତି । ଏମିତିକି କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ରଖାଯାଇଥିବା ବେଳେ ତାଙ୍କୁ ବେଆଇନ ଭାବେ ଅନେକ ଲୋକ ଭେଟୁଛନ୍ତି। ଏ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କ ଏକ ଦାବିପତ୍ର ଦେବା ସହ ବଜେପି ଚେତାବନୀ ମଧ୍ୟ ଦେଇଛି । ଯଦି ଏହିଭଳି ଭାବେ ପ୍ରଶାନ୍ତଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ସହ ବେଆଇନ ଭାବେ ଚିକିତ୍ସା କରାଯାଏ ତେବେ କ୍ୟାପିଟାଲ ହସ୍ପିଟାଲରେ ବିଜେପି ଧାରଣା ଦେବ । 

ବିଜେପିର ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଏଲ. ଡ଼ି. ସାହୁ ପ୍ରତିକ୍ରିୟା ରଖି କହିଛନ୍ତି, ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ହୃଦରୋଗ ଅସୁବିଧା ରହିଛି । ତାଙ୍କର ଦିନେ କି ଦୁଇଦିନ ମଧ୍ୟରେ ଆଂଜିଓଗ୍ରାଫି ହେବ । ପରେ ଯଦି ହାର୍ଟରେ ବ୍ଲକେଜ ଥିବା ତେବେ ଅସ୍ତ୍ରୋପଚାର କରାଯିବ । ଏବେ ଏକ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି । ମେଡ଼ିସିନ ଓ ହୃଦରୋଗ ବିଭାଗକୁ ନେଇ ଏକ ଟିମ ଗଠନ କରାଯାଇଛି । ବିନା ସ୍ୱାସ୍ଥ୍ୟଗତ କାରଣରେ ବିଧାୟକଙ୍କ ଚିକିତ୍ସା କରାଯିବା ଅଭିଯୋଗ ମିଛ । 

ବିଧାୟକଙ୍କୁ କେଉଁମାନେ ଦେଖା କରିପାରିବେ ତାହାର ପୋଲିସ ରେକର୍ଡ ରଖୁଛି। ତେଣୁ ହସ୍ପିଟାଲର କୌଣସି କର୍ମଚାରୀ ଏପରି କାର୍ଯ୍ୟ କରୁନାହାନ୍ତି ।