
ଆସିକା,୨୦/୧୧(ଖିରୋଦ ଚନ୍ଦ୍ର ବେହେରା); ଆସିକା ବ୍ଲକ ସମିତି ଗୃହ ଠାରେ ଆସିକା ଫେଷ୍ଟିଭାଲ-୨୦୧୯ ପାଇଁ ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକ ଆସିକା ବିଡିଓ ସତ୍ୟସୁନ୍ଦର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ବିଧାୟିକା ମଞ୍ଜୁଳା ସ୍ୱାଇଁ, ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲୀକ ପ୍ରମୁଖ ଯୋଗ ଦେଇଥିଲେ । ଗତ ବର୍ଷ ଆରମ୍ଭ ହୋଇଥିବା ଆସିକା ମହୋତ୍ସବ ଏହି ବର୍ଷ ମଧ୍ୟ ଅନୁଷ୍ଟିତ ହେବ । ଏଥିପାଇଁ ଆଜି ସମିତି ସଭା ଗୃହ ଠାରେ ଆସିକା ବ୍ଲକର ୨୭ଟି ପଚାଂୟତର ସରପଚଂ, ସମିତି ସଭ୍ୟ, ଜିଲ୍ଲା ପରିଷଦ, ବ୍ଲକ କର୍ମଚାରୀ, ଆସିକା ତହସିଲ, ଆସିକା ଥନା,ଆସିକା ବିଦ୍ୟୁତ ବିଭାଗ, ଆସିକା ସିଡିପିଓ,ଆସିକା ବିଜ୍ଞାନ ମହାବିଦ୍ୟାଳୟ, ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ, ଆସିକା ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ , ଆସିକା ମେଡିକାଲ ଅଧିକାରୀ, ଆସିକା ପି.ଡବ୍ଲୁ.ଡି, ଆସିକା ପି.ଏଚ.ଡି. ଆସିକା ଜଳସେଚନ ବିଭାଗ, ଆସିକା ଏନଏସି, ବିଭିନ୍ନ ଆଧ୍ୟାତ୍ମିକ ସଂଗଠନ, ସ୍ୱେଚ୍ଚାସେବୀ ସଂଗଠନର ମୁଖ୍ୟ ମାନଙ୍କୁ ନେଇ ପରିଚାଳନା କମିଟି ଗଠନ କରାଯାଇଥିଲା । ଏହି ପରିଚାଳନା କମିଟିକୁ ନେଇ ଆଗାମୀ ଦିନରେଏକ ବୈଠକ ଅନୁଷ୍ଟିତ କରାଯିବ । ସେହି ବୈଠକରେ ଆସିକା ଫେଷ୍ଟିଭାଲର କର୍ମକର୍ତା ଚୟନ କରାଯିବ ଏବଂ ଅତିଥି କମିଟି,ଶୃଙ୍ଖଳା କମିଟି,ଅନୁଦାନ କମିଟି,ଟେକନିକାଲ କମିଟି, ଉଚ୍ଚ ପରିଚାଳନା କମିଟି, ସାଂସ୍କୃତିକ କମିଟି,ଷ୍ଟଲ କମିଟି ଗଠନ କରାଯିବ ବୋଲି ଆଲୋଚନା କରାଯାଇଥିଲା । ଏହି ଉତ୍ସବ ପାଇଁ ବ୍ୟୟ ଅଟକଳ କରାଯାଇଥିଲା । ଆସିକାର ବଦାନ୍ୟ ବ୍ୟକ୍ତିଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା ।



