Sunday, November 15, 2026
Home ଆଞ୍ଚଳିକ ମହାକାଶରେ ସରିଲା ଫିଲ୍ମ ସୁଟିଂ

ମହାକାଶରେ ସରିଲା ଫିଲ୍ମ ସୁଟିଂ

5

ମୁମ୍ବାଇ,୧୮/୧୦/୨୧ (ଜିଲ୍ଲା ଖବର ) : ପ୍ରଥମ ଥର ପାଇଁ ମହାକାଶରେ ଫିଲ୍ମ ସୁଟିଂ ହୋଇ ଇତିହାସ ରଚିଛି । ତେବେ ନିକଟରେ ମହାକାଶରେ ଚାଲିଥିବା ଫିଲ୍ମର ସୁଟିଂ ଶେଷ ହୋଇଛି । ଫିଲ୍ମ ସୁଟିଂ ସାରି ରୁଷୀୟ ଟିମ୍ ପୃଥିବୀକୁ ଫେରି ଆସିଛନ୍ତି । ୧୨ ଦିନ ଏହି ସୁଟିଂ ପାଇଁ ମହାକାଶରେ ରହିଥିଲେ ଟିମ୍ । ଏହି ଟିମ୍‌ରେ ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି।

‘ଦି ଚାଲେଞ୍ଜ୍‌’ ଚଳଚ୍ଚିତ୍ରର କେତୋଟି ଦୃଶ୍ୟାବଳୀର ଶୁଟିଂ ପାଇଁ ଚଳିତ ମାସ ପ୍ରାରମ୍ଭରେ ପୂର୍ବତନ ସୋଭିଏତ୍‌ ଦେଶର କାଜାଖସ୍ତାନରେ ଥିବା ‘ବୈକୋନୁର୍‌ କସ୍ମୋଡ୍ରୋମ୍‌’ରୁ ୩୭ ବର୍ଷୀୟ ଅଭିନେତ୍ରୀ ୟୁଲିୟା ପେରେସିଲ୍‌ଡ୍‌ ଏବଂ ୩୮ ବର୍ଷିୟ ନିର୍ଦେଶକ କ୍ଲିମ୍‌ ସିପେଙ୍କୋ ରକେଟ୍‌ ଯୋଗେ ମହାକାଶକୁ ଯାଇଥିଲେ।

ତେବେ ଏହା ହେଉଛି ମହାକାଶରେ ସୁଟିଂ ହୋଇଥିବା ପ୍ରଥମ ଫିଲ୍ମ । ଯାହାର କାହାଣୀର କିଛି ଅଂଶ ସ୍ପେସ୍‌ରେ ସୁଟିଂ କରାଯାଇଛି। ଜଣେ ମହାକାଶଚାରୀ ଏବଂ ଦୁଇଜଣ ରୁଷୀୟ ଚଳଚ୍ଚିତ୍ର ନିର୍ମାତାଙ୍କୁ ନେଇ ସୋୟୁଜ୍ ମହାକାଶଯାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଛାଡି ପୃଥିବୀ ଅଭିମୁଖେ ଯାତ୍ରା କରିଛି।

ଏହି ରକେଟରେ ଓଲେଗ ନୋଭିଟସ୍କି, ୟୁଲିଆ ପେରେସିଲ୍ଡ ଓ କ୍ଲିମ ସିପେଙ୍କୋ ଅଛନ୍ତି। ଅଭିନେତ୍ରୀ ପେରେସିଲ୍ଡ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ସିପେଙ୍କୋ ଅକ୍ଟୋବର ୫ ରେ “ଚ୍ୟାଲେଞ୍ଜ” ନାମକ ଫିଲ୍ମ ଶୁଟିଂ ପାଇଁ ସ୍ପେସ୍ ଷ୍ଟେସନରେ ପହଞ୍ଚି ସେଠାରେ ୧୨ ଦିନ ରହିଥିଲେ।

ସୂଚନା ମୁତାବକ, ଏହାପୂର୍ବରୁ ‘ମିସନ୍‌ ଇମ୍ପସିବଲ୍‌’ର ଅଭିନେତା ଟମ୍‌ କ୍ରୁଜ୍‌, ‘ନାସା’ ଏବଂ ‘ଏଲନ୍‌ ମସ୍କ୍‌’ର ‘ସ୍ପେସ୍‌ଏକ୍ସ’କୁ ନେଇ ଚଳଚ୍ଚିତ୍ର ସୁଟିଙ୍ଗ୍‌ କରାଯିବ ବୋଲି ଗତବର୍ଷ ହଲିଉଡ୍‌ ଘୋଷଣା କରିଥିଲା।