Sunday, November 15, 2026
Home ଆଞ୍ଚଳିକ ଏହି ପ୍ରତିଯୋଗୀଙ୍କୁ WARNING ଦେଲେ ସଲମାନ୍ ଖାନ୍

ଏହି ପ୍ରତିଯୋଗୀଙ୍କୁ WARNING ଦେଲେ ସଲମାନ୍ ଖାନ୍

10

ମୁମ୍ବାଇ,୧୮/୧୦/୨୧ (ଜିଲ୍ଲା ଖବର ) : ଲୋକପ୍ରିୟ ଟେଲି ଶୋ’ ବିଗବସ୍ ଦେଖିବା ପାଇଁ ଦର୍ଶକ ସବୁବେଳେ ଚାହିଁ ରହିଥାନ୍ତି । ହେଲେ ଚଳିତ ବର୍ଷ ଏହି ଶୋ’ର ପ୍ରଥମ ସପ୍ତାହରେ ବିଗ୍‌ବସ୍ ହାଉସ୍‌ରେ ଧମାଲ ହୋଇଥିବା ବେଳେ, କିଛି ପ୍ରତିଯୋଗୀଙ୍କ ମଧ୍ୟରେ ଲଭ୍‌ କନେକ୍ସନ୍‌ ହୋଇଛି । ଯାହାକି ସୀମା ଅତିକ୍ରମ କରିଛି । ତେବେ ଏହି ତାଲିକାରେ ଶୀର୍ଷରେ ମାୟଶା ଆୟର ଏବଂ ଇଶାନ ସେହଗାଲଙ୍କ ନାମ  ଆସୁଛି । ଏହି ୱିକେଣ୍ଡରେ ମାୟଶା ଏବଂ ଇଶାନଙ୍କ ଖୁବ୍‌ କ୍ଲାସ୍‌ ନେଇଥିଲେ ସଲମାନ ଖାନ ।

ସେ ତାଙ୍କୁ ନିଜ ଷ୍ଟାଇଲରେ କହିଥିଲେ ଯେ, ପରଦାରେ ଟିକିଏ ଦୂରତା ବଜାୟ ରଖିବା ଉଚିତ୍ ଏହି କପଲ୍‌ । ଜାତୀୟ ଟେଲିଭିଜନରେ ସେମାନଙ୍କର ରୋମାନ୍ସ ଦେଖି ସେମାନେ କଣ ଅନୁଭବ କରୁଥିବେ ବୋଲି ଭାଇଜାନ୍ ଏହି କପଲଙ୍କୁ ପଚାରିଥିଲେ  ।

ଏନେଇ ମାୟେଶାଙ୍କର କୌଣସି ଧାରଣା ଅଛି କି ନାହିଁ ବୋଲି ସଲମାନ୍ ପଚାରିଥିଲେ ।  ଯଦି ଭବିଷ୍ୟତରେ ସେମାନେ ଏକାଠି ନରୁହନ୍ତି ତେବେ, ଏହି ଫୁଟେଜ ସବୁଦିନ ପାଇଁ ସୋସିଆଲ ମିଡିଆରେ ଲୋକଙ୍କ ସହିତ ରହିବ ଓ ଘୁରି ବୁଲିବ । ଏହାକୁ ନେଇ ସଲମାନ୍ କହିଛନ୍ତି, ‘ଯଦି ଆପଣ ଏଥିପାଇଁ କନ୍‌ଫଟେବୁଲ୍‌ ତେବେ, ଆମେ ଆପଣଙ୍କୁ ଅଟକାଇବାକୁ କିଏ?’ କିନ୍ତୁ ଏହାର ଏକ ସୀମା ରହିଛି । ତାପରେ ସେ ଭିଡିଓ ବିଷୟରେ କହିଥିଲେ, ‘ଏହାକୁ ଆଜୀବନ ଚାଲିବାକୁ ଦିଅ। କିନ୍ତୁ ଯଦି ଏହା ୧୦ରୁ୧୫ ବର୍ଷ ପରେ ଦୁହେଁ, କେଉଁ ଯାଗାକୁ ଯାଓ ତ, ସେତେବେଳେ ସୋସିଆଲ ମିଡିଆରେ ଏହାକୁ ଦେଖି କେମିତି ଅନୁଭବ କରିବ? ଯଦି ତୁମେ ଦୁହେଁ ବିବାହ ନକରିବ ଏବଂ ଅଲଗା ଅଲଗା ରହିବ, ତେବେ ଏହାର ପ୍ରଭାବ କ’ଣ ହେବ, ଆପଣ କେବେ ଭାବିଛନ୍ତି କି?