Sunday, November 15, 2026
Home ଆଞ୍ଚଳିକ ଟାଇଗରଙ୍କ ଫ୍ଲାଇଙ୍ଗ୍ କିକ୍ ଦେଖି ଫିଦା ହେଲେ ଦିଶା

ଟାଇଗରଙ୍କ ଫ୍ଲାଇଙ୍ଗ୍ କିକ୍ ଦେଖି ଫିଦା ହେଲେ ଦିଶା

7

ନୂଆଦିଲ୍ଲୀ ,୧୮/୧୦/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତା ଟାଇଗର୍ ଶ୍ରଫ୍ ତାଙ୍କର ଅଭିନୟ ସହିତ , ତାଙ୍କର ଫିଟନେସ ଓ ଦମଦାର୍ ଷ୍ଟଣ୍ଟକୁ ନେଇ ବେଶ ପରିଚିତ । ସୋସିଆଲ ମଧ୍ୟ ବେଶ ଆକ୍ଟିଭ୍ ଟାଇଗର । ସବୁବେଳେ ସେ ତାଙ୍କର ଫିଟନେସ ଓ ଷ୍ଟଣ୍ଟ  ଭିଡିଓ ସେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଠିକ୍ ସେମିତି ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ଫ୍ଲାଇଙ୍ଗ୍ କିକ୍ ଷ୍ଟଣ୍ଟ କରୁଥିବା ନଜର ଆସୁଛନ୍ତି । ଏହାକୁ ଫ୍ୟାନ୍ସଙ୍କ ସମେତ ଅଭିନେତ୍ରୀ ଦିଶା ପାଟନୀ ମଧ୍ୟ ବେଶ ପସନ୍ଦ କରିଛନ୍ତି ।

ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି ଟାଇଗର୍ । ଏଥିରେ ସେ ଏକ ରେଡ୍ କଲର ଟି-ସାର୍ଟ ପିନ୍ଧି, ଏକଦମ୍ ଡେଡିକେଟେଡ୍ ଥିବା ନଜର ଆସୁଛନ୍ତି । ଏହା ସହିତ ବେଶ ଖୁସି ମଧ୍ୟ ଅଛନ୍ତି ସେ  । ଏହା ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ ଜୋ ଚିଜ୍ ଜାତି ହେ ଔ ଓ୍ବାପସ୍ ଭି ଆତି ହେ’ ।  ଏହି ଭିଡିଓ ଦେଖିବା ପରେ  ଟାଇଗରଙ୍କ ବାନ୍ଧବୀ ଦିଶା ପାଟନୀ ଏହାକୁ ଲାଇକ୍ କରିବା ସହିତ, ଫାୟାର ଇମୋଜି ସେୟାର କରିଛନ୍ତି । ଏହା ସହିତ ଫ୍ୟାନ୍ସମାନେ ମଧ୍ୟ ନିଜ ନିଜର ରିଆକ୍ସନ ଦେଉଛନ୍ତି ।