Thursday, November 12, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା, Freida Pinto

ଜନ୍ମଦିନର ଶୁଭେଚ୍ଛା, Freida Pinto

17

ନୂଆଦିଲ୍ଲୀ, ୧୮/୧୦/୨୧ (ଜିଲ୍ଲା ଖବର ) : ଅଭିନେତ୍ରୀ Freida Pintoଙ୍କ ଆଜି ଜନ୍ମଦିନ । ୧୮ ଅକ୍ଟୋବର ୧୯୮୪ରେ  ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି ।

ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ମଡେଲିଂ ଦୁନିଆରେ ସକ୍ରିୟ ଥିଲେ Freida । ଏହାପରେ ସେ ତାଙ୍କର ପ୍ରଥମ ଫିଲ୍ମରୁ ହିଁ ଧମାଲ ମଚାଇଥିଲେ । ସେ  ଫିଲ୍ମ Slumdog Millionaire ମାଧ୍ୟମରେ ପାଦ ଥାପିଥିଲେ ସେ । ଏହା ପରେ ସେ ଆହୁରି ଅନେକ ଫିଲ୍ମରେ କାମ କରିଛନ୍ତି । ତାଙ୍କ ଅଭିନୟକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ଅନେକ ଟିଭି ଶୋ’ରେ ମଧ୍ୟ ସେ କାମ କରିଛନ୍ତି । ଅଭିନୟ ବ୍ୟତୀତ ଶାସ୍ତ୍ରୀୟ ନୃତ୍ୟ ସହିତ କିଛି ଡାନ୍ସ ଫର୍ମ ମଧ୍ୟ ଫ୍ରିଡାଙ୍କୁ ଜଣା  ।  ଏହା ସହିତ ସେ ତାଙ୍କ ଫ୍ୟାଶନ ସେନ୍ସରେ ସମସ୍ତଙ୍କୁ ଦିଓ୍ବାନା କରନ୍ତି । ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଢେରସାରା ଶୁଭକାମନା ।