Thursday, November 12, 2026
Home ଆଞ୍ଚଳିକ ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ଗୋର୍ଖା’ ପୋଷ୍ଟରକୁ ନେଇ ବିବାଦ

ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ଗୋର୍ଖା’ ପୋଷ୍ଟରକୁ ନେଇ ବିବାଦ

7

ନୂଆଦିଲ୍ଲୀ, ୧୮/୧୦/୨୧ (ଜିଲ୍ଲା ଖବର ) : ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ’ଗୋର୍ଖା’ର ପୋଷ୍ଟର ରିଲିଜ୍ ହୋଇଥିବା ବେଳେ, ଏହାକୁ ନେଇ ଦେଖା ଦେଇଛି ବିବାଦ । ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦିନ ଅକ୍ଷୟ କୁମାରଙ୍କ ଅଭିନିତ ଗୋର୍ଖା ଫିଲ୍ମ ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହି ଫିଲ୍ମର ପୋଷ୍ଟରକୁ ନେଇ ଜଣେ ପୂର୍ବତନ ସେନା ଅଧିକାରୀ ଆପତ୍ତି ଉଠାଇଛନ୍ତି । ଯେଉଁଥିରେ ସେ ଏକ ଟ୍ୱିଟ କରି , ପୋଷ୍ଟରରେ ଅକ୍ଷୟ କୁମାର ଏକ ଶସ୍ତ୍ର ଧରିଥିବା ଦେଖିବାକୁ ମିଳୁଛି ଗୋର୍ଖା ମାନେ ସାଧାରଣଃ ଧରୁଥିବା ଶସ୍ତ୍ରକୁ ଖୁକ୍ରୀ କୁହାଯାଏ ବୋଲି କହିଛନ୍ତି  । ପୋଷ୍ଟରରେ ଦେଖାଯାଇଥିବା ଶସ୍ତ୍ର ଖୁକ୍ରୀ ଭଳି ଦେଖା ଯାଉନଥିବାରୁ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ସେ ।

ଏହା ସହିତ ସେ  ଗୋର୍ଖା ଉପରେ ଫିଲ୍ମ  ନିର୍ମାଣ କରୁଥିବାରୁ ଅକ୍ଷୟ କୁମାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏବଂ ପୋଷ୍ଟରରେ ଦେଖା ଯାଉଥିବା ଖୁକ୍ରୀକୁ ପରିବର୍ତ୍ତନ କରି , ଠିକ୍ କରିବାକୁ ସେ ଅନୁରୋଧ କରିଛନ୍ତି । ପୋଷ୍ଟରେ ଦେଖାଯାଇଥିବା ଖୁକ୍ରୀର ଆକାର ଠିକ୍ ନୁହେଁ ବୋଲି ପୂର୍ବତନ ସେନା ଅଧିକାରୀ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି । ସେ ଟ୍ୱିଟ୍‌ରେ ଖୁକ୍ରୀର ସଠିକ୍ ଫଟୋ ମଧ୍ୟ ଅପ୍ଲୋଡ୍ କରିଛନ୍ତି  । ଅନ୍ୟପଟେ , ଗୋର୍ଖା ପୋଷ୍ଟରରେ ଥିବା ଭୁଲ୍ ଧରିଥିବା ପାଇଁ ଅଧିକାରୀଙ୍କୁ ଧନ୍ୟବାଦ୍ ଦେବା ସହ, ସିନେମାରେ ଏହାକୁ ଠିକ୍ କରିବେ ବୋଲି ଲେଖିଛନ୍ତି ଅକ୍ଷୟ ।