
ଭୁବନେଶ୍ୱର,୧୮/୧୦/୨୧ (ଜିଲ୍ଲା ଖବର ) : ବିଧାୟକ ପ୍ରଦୀପ ପାଣିଗ୍ରାହୀ ଘରେ ଭିଜିଲାନ୍ସ ଚଢ଼ାଉ ପ୍ରସଙ୍ଗ । ଦୀର୍ଘ ୨୨ଘଣ୍ଟାର ଜେରା ପରେ ପ୍ରଦୀପଙ୍କ ବାସଭବନରୁ ଭିଜିଲାନ୍ସ ବାହାରିଛି। ରାତି ତମାମ ପ୍ରଦୀପଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଚାଲିଥିଲା। ସକାଳୁ ସକାଳୁ ଭିଜିଲାନ୍ସ ଟିମ ପ୍ରଦୀପଙ୍କ ବାହାରିଥିବା ଦେଖିବାକୁ ମିଳିଛି। ଗତକାଲି ସକାଳ ସାଢ଼େ ୭ଟାରେ ଭିଜିଲାନ୍ସ ଅଧିକାରୀମାନେ ଏଠାରେ ରେଡ୍ କରିଥିବା ବେଳେ ଆଜି ସକାଳ ୬ଟାରେ ଫେରିଥିଲେ। ଯାଞ୍ଚ ସମୟରେ ବାସଭବନରେ ପାଣିଗ୍ରାହୀଙ୍କ ସମେତ ଶାଶୁ, ଝିଅ, ଝିଆରୀ, ପୁତୁରା ଉପସ୍ଥିତ ଥିଲେ। ପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କ କେସରେ ଅଭିଯୋଗ କରିଥିବା ଭିଜିଲାନ୍ସକୁ ଲୋକାୟୁକ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ପକ୍ଷରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଓ ବ୍ରହ୍ମପୁର ସ୍ଥିତ ଘର ସହିତ ମୋଟ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏଥିମଧ୍ୟରେ ଥିଲା ତାଙ୍କର ସଂପର୍କୀୟ ଓ ସହଯୋଗୀଙ୍କ ଘର। ତାଙ୍କର ଖୁବ୍ ଘନିଷ୍ଠ କୁହାଯାଉଥିବା ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଜଣେ ଏସ୍ପି, ୨ ଜଣ ଅତିରିକ୍ତ ଏସ୍ପି ଓ ୧୭ ଜଣ ଡିଏସ୍ପିଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ।



