Home ଆଞ୍ଚଳିକ ସ୍ପିନ ବୋଲର ୟୁଜଭେନ୍ଦ୍ର ଚହଲଙ୍କ ପ୍ରତି ଦେଇଥିଲେ ଜାତି ଭିତିକ ଅପମାନସୂଚକ ମନ୍ତବ୍ୟ

ସ୍ପିନ ବୋଲର ୟୁଜଭେନ୍ଦ୍ର ଚହଲଙ୍କ ପ୍ରତି ଦେଇଥିଲେ ଜାତି ଭିତିକ ଅପମାନସୂଚକ ମନ୍ତବ୍ୟ

16

ନୂଆଦିଲ୍ଲୀ,୧୮/୧୦/୨୧ (ଜିଲ୍ଲା ଖବର ) :  ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଖେଳାଳି ଯୁବରାଜ ସିଂ ଗିରଫ।  ହରିୟାଣା ପୋଲିସ ତାଙ୍କୁ ଗିରଫ କରିଛି । ଏକ ଲାଇଭ ଚାଟ ଶୋରେ ସେ ସ୍ପିନ ବୋଲର ୟୁଜଭେନ୍ଦ୍ର ଚହଲଙ୍କ ପ୍ରତି ଜାତି ଭିତିକ ଅପମାନସୂଚକ ମନ୍ତବ୍ୟ ଦେଇଥିଲେ । ଏ ନେଇ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଲୋକେ ତାଙ୍କ ଉପରେ ଅସନ୍ତୁଷ୍ଟ ରହିବା ସହ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।

ପ୍ରାୟ ଏକ ବର୍ଷ ତଳର ଏହି ବିବାଦୀୟ ମନ୍ତବ୍ୟ ନେଇ ତାଙ୍କ ବିରୋଧରେ ଅଭିଯୋଗ ହେବା ପରେ  ହିସାର ପୋଲିସ ତାଙ୍କୁ ରବିବାର ବିଳମ୍ବିତ  ରାତିରେ ଗିରଫ କରିଛି । ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଔପଚାରିକ ଜମାନତରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା ।