
କଳାହାଣ୍ଡି,୧୮/୧୦/୨୧ (ଜିଲ୍ଲା ଖବର ) : କଳାହାଣ୍ଡି ସନସାଇନ ପବ୍ଲିକ ସ୍କୁଲର ପ୍ରିନସପାଲ ମମିତା ମେହେରଙ୍କ ଅଭିଯୁକ୍ତ ଗୋବିନ୍ଦ ସାହୁ ଥାନାରୁ ଖସି ଯାଇଛି। ଆଜି ସକାଳୁ ଥାନାରୁ ଚମ୍ପଟ ମାରଥିବା ସୂଚନା। ପୋଲିସ୍ ର କହିବା ମୂତାବିକ୍ ଗତକାଲି ବିଳମ୍ବିତ ରାତିରେ ଟିଟିଲାଗଡ଼ ଥାନା ପୋଲିସ୍ ବ୍ୟାରେଜ୍ରୁ ଚମ୍ପଟ ମାରିଛି ଗୋବିନ୍ଦ ସାହୁ । ଅଧ୍ୟକ୍ଷା ନିଖୋଜ ହେବା ଘଟଣାରେ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୋଲିସ୍ । ତେବେ ଏଠି ପ୍ରଶ୍ନ ଉଠୁଛି ପୋଲିସ୍ ହେପାଜତରେ ଥାଇ ଅଭିଯୁକ୍ତ ଫେରାର ହେଲା କିପରି? ଗୋବିନ୍ଦ ସାହୁ ଖସି ଯାଇଛି ନା ଜାଣିଶୁଣି ଖସାଇଦିଆଯାଇଛି।
ସୁଚନା ଅନୁସାରେ ଗତ ୭ତାରିଖ ରୁ ମହାଳିଙ୍ଗ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜଅଛନ୍ତି ମନ୍ଦ ଉଦ୍ଦେଶ୍ୟ ରଖି ଅପହରଣ କରିଥିବା ନେଇ ବଲାଙ୍ଗିର ସିନ୍ଧେଇକେଲା ଥାନାରେ ଏଫଆଇଆର ହୋଇଥିଲା। ଏନେଇ ଅର୍ଗସ ହାତରେ ଲାଗିଥିଲା ମମିତାଙ୍କ ଭାଇ ଦେଇଥିବା ଏଫଆଇଆରର କପି ।
ତେବେ ପୁରା ଘଟଣା ଥିଲା ଏହିପ୍ରକାରର, ସ୍କୁଲକୁ ଆସୁଥିବାବେଳେ ବାଟରେ ମମିତା ମେହେର ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ବଲାଙ୍ଗୀର ପୁଲିସ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ର ମାଲିକ ଗୋବିନ୍ଦ ସାହୁ ଡାକି ପଚରାଉଚରା କରିଥିଲା । ବଲାଙ୍ଗୀର ଜିଲ୍ଲା ତୁରେକେଲା ଗାଁର ମମିତା ମେହେର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ମହାଲିଙ୍ଗ ଗାଁରେ ଥିବା ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ର ଅଧ୍ୟକ୍ଷା ।
ଗତ ୮ ତାରିଖରେ ଉକ୍ତ ସ୍କୁଲର ମାଲିକ ଗୋବିନ୍ଦ ସାହୁ ମମିତାଙ୍କୁ ସ୍କୁଲର କାଗଜପତ୍ର କାମ ଅଛି ବୋଲି କହି ଡକାଇଥିଲେ । ମମିତା ସ୍କଲକୁ ଆସୁଥିବାବେଳେ ବାଟରେ ଚାନ୍ଦତରା ଛକ ନିକଟରୁ ନିଖୋଜ ହୋଇଯାଇଥିଲେ ବୋଲି ଗତ ୧୨ ତାରିଖରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।
ବୁଧବାର ଦିନ ତମାମ ପୁଲିସ ମହାଲିଙ୍ଗ ସ୍କୁଲକୁ ଆସି ତଦନ୍ତ କରିବା ସହିତ ଗୋବିନ୍ଦଙ୍କ ଗାଡିକୁ ଜବତ କରିଥିଲା। ତେବେ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ବଡ ବଡ ବିଜେଡି ନେତାଙ୍କ ହାତ ଥିବା ଚର୍ଚ୍ଚା ଜୋର ଧରିଥିଲା। ଏନେଇ କିଛି ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଯେଉଁଥିରେ ଗୋବିନ୍ଦ ସାହୁ, ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନା ସାମିଲ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା।



