
ନୂଆଦିଲ୍ଲୀ,୧୮/୧୦/୨୧ (ଜିଲ୍ଲା ଖବର ) : ବଲିଉଡର ସବୁଠାରୁ ଲୋକପ୍ରିୟ ଯୋଡିଙ୍କ ମଧ୍ୟରେ ରଣବୀର ସିଂହ ଓ ଦିପୀକା ପାଦୁକୋନଙ୍କ ଯୋଡି ମଧ୍ୟ ସାମିଲ ରହିଛି । ପରଦା ଉପରେ ହେଉ ବା ପରଦା ପଛରେ ହେଉ , ଏହି ଷ୍ଟାର୍ କପଲଙ୍କ ଯୋଡିକୁ ବେଶ ପସନ୍ଦ କରନ୍ତି ଦର୍ଶକ । ଦୁହେଁ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ନିକଟରେ ରଣବୀର ସିଂହ ତାଙ୍କ ଫ୍ୟାମିଲି ପ୍ଲାନିଂ ବିଷୟରେ ଆଲୋଚନା କରିଛନ୍ତି । ତେବେ ସୂଚନା ଅନୁଯାୟୀ ରଣବୀର ଖୁବ ଶୀଘ୍ର ଟେଲି ଦୁନିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ଗେମ ଶୋ “ଦ ବିଗ ପିକ୍ଚର”ରେ ନଜର ଆସିବାକୁ ଯାଉଛନ୍ତି ରଣବୀର।
ଏହି ଗେମ୍ ଶୋ’ର ଏକ ପ୍ରୋମ ରେ ରଣବୀର ସିଂହ ଜଣେ ପ୍ରତିଯୋଗୀଙ୍କ ସହ କଥାବାର୍ତ୍ତା କରିବା ସମୟରେ କହୁଛନ୍ତି ଯେ, ୨-୩ ବର୍ଷ ମଧ୍ୟରେ ଆମର ବି ପିଲା ଛୁଆ ହେବେ । ଦୀପିକା ମଧ୍ୟ ପିଲାବେଳେ ବହୁତ୍ କ୍ୟୁଟ ବେବି ଦେଖା ଯାଉଥିଲେ । ମୋତେ ବି ସେମିତି ଏକ ପିଲା ଦରକାର । କେବଳ ଏତିକି ନୁହେଁ, ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ସେ ପିଲାଙ୍କ ନାଁ ମଧ୍ୟ ସର୍ଟଲିଷ୍ଟ କରୁଛନ୍ତି । ଦୀପିକା ଓ ରଣବୀର ଅନେକ ସମୟରେ ସୋସିଆଲ ମିଡିଆରେ ପରସ୍ପର ସହିତ କଥା ହେଉଥିବାର ମଧ୍ୟ ଦେଖାଯାଏ । ଟିଭି ଶୋ’ରେ ଡେବ୍ୟୁ କରିବା ପାଇଁ ଦୀପିକା ହିଁ ତାଙ୍କୁ ପ୍ରୋତ୍ସାହିତ କରିଥିଲେ ବୋଲି ମଧ୍ୟ ସେ କହିଛନ୍ତି ।


