ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗକୁ ସଂରକ୍ଷଣରେ ଅବହେଳା ଅଭିଯୋଗ

4

ନୂଆପଡା,୧୮/୧୦/୨୧ (ଜିଲ୍ଲା ଖବର ) : ନୂଆପଡ଼ା ଜିଲ୍ଲାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗକୁ ସଂରକ୍ଷଣରେ ଅବହେଳା ଅଭିଯୋଗ ।  ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ଉପରେ  ଅସନ୍ତୋଷ ଜାହିର କରିଛନ୍ତି । ଏହାକୁ  ନେଇ ନୂଆପଡ଼ା ଜିଲ୍ଲା ଓବିସି ପକ୍ଷରୁ ଆଜି ନୂଆପଡ଼ା ସଂପୂର୍ଣ୍ଣ  ଭାବେ  ବନ୍ଦ ଡାକରା ଦେଇଛନ୍ତି ।

ସୋବାର ଦିନ ସକାଳୁ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଓବିସି ମଞ୍ଚ ପକ୍ଷରୁ  ନୂଆପଡ଼ା ସଦର ଏକତା ଛକ ଠାରେ ୩୫୩ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଏହି ବନ୍ଦରେ ନୂଆପଡ଼ା ସରକାରୀ, ବେସରକାରୀ ଅଫିସ, କୋର୍ଟ, ଦୋକାନ ବଜାର, ପେଟ୍ରୋଲ ପମ୍ପ, ବ୍ୟାଙ୍କ ସେବା ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି । ନୂଆପଡ଼ା ,କୋମନା, ଖଡିଆଳ, ବୋଡେନ ଓ ସିନାପାଲି ବ୍ଲକ୍ ସଂପୂର୍ଣ୍ଣ ଭାବରେ ବନ୍ଦ ରହିଛି । ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।