ବୈଷ୍ଣବ କବି ଗୋପାଳକୃଷ୍ଣଙ୍କ ସ୍ମୃତି ସନ୍ଧ୍ୟା

23

ଗଜପତି,୧୯/୮(ପ୍ରଭାତ କୁମାର ପାତ୍ର ) : ପାରଳାଖେମୁଣ୍ଡି ଗୋପିନୀ ସାହି ସ୍ଥିତ ଗୈାରହରି ପାଠାଗାରର ସଭାଗୃହ ଠାରେ ଆଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ଭକ୍ତି ସଂଗୀତ ସଂସଦ” ଓ “ଓଡ଼ିଶା ସାହିତ୍ୟ ନାଟକ ଏକାଡ଼େମୀ ” ମିଳିତ ଆନୁକୂଲ୍ୟରେ ବୈଷ୍ଣବ କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସ୍ମୃତି ସନ୍ଧ୍ୟା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ସଂସଦର ସଭାପତି ବସନ୍ତ କୁମାର ଦାଶଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ ମହନ୍ତ ମହାରାଜ ରାମାନନ୍ଦ ଦାସଜି ,ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଉକ୍ତଳ ସଂଗୀତ ମହାବିଦ୍ୟାଳୟ ଭୁବନେଶ୍ବରର ବରିଷ୍ଠ ଅଧ୍ୟାପକ ଗୁରୁ ପ୍ରଦୀପ କୁମାର ଦାସ ପ୍ରମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୈଷ୍ଣବ କବି ଗୋପାଳକୃଷ୍ଣଙ୍କ କର୍ମମୟ ଜୀବନର ସ୍କୃତି ଚାରଣ କରିଥିଲେ । ଅନ୍ୟ ପକ୍ଷରେ ତାଙ୍କର ବୈଷ୍ଣବ ପରମ୍ପରାର ବିଭିନ୍ନ ଦିଗ ଉପରେ ଆଲୋଚନା କରି ତାଙ୍କ ସାହିତ୍ୟ ଓ ସାରସ୍ବତ ସାଧନା ଓ ପଦ୍ୟାବଳି ଗୁଡିକ କିଭଳି ସାରା ରାଜ୍ୟରେ ସାହିତ୍ୟକ ଓ ସାରସ୍ବତ ସାଧନା ମାନଙ୍କ ମଧ୍ୟରେ ରୁଦ୍ଧିମନ୍ତ କରିପାରି ଥିଲେ ଅତିଥି ମାନେ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥି ମାନେ କବି ଇଂ:ସିଦ୍ଧାର୍ଥ ଶଙ୍କର ତ୍ରିପାଠୀଙ୍କ ଲିଖିତ ଦୁଇଟି ପୁସ୍ତକ ଉନ୍ମୋଚିତ କରିଥିଲେ। ଅତିଥି ମାନଙ୍କୁ ଦ୍ୱାରା ପୂବରୃ ଅନୁଷ୍ଠିତ ଓଡିଶୀ କଣ୍ଠ ସଂଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ଓ ମାନପତ୍ର ପ୍ରଦାନ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ବୈଷ୍ଣବ କବି ଗୋପାଳକୃଷ୍ଣଙ୍କ ରଚିତ ଏକ ସଂଗୀତ ଗାନ କରିଥିଲେ ।ADVERTISEMENT