Monday, October 12, 2026
Home ଆଞ୍ଚଳିକ ଆସିକା ଏନଏସିରେ ନୂତନ ମାର୍କେଟ କମ୍ପେ୍ଲକ୍ସ ଲିଜ ପ୍ରଦାନ ଅନିୟମିତତା ବିରୁଦ୍ଧରେ ଅନଶନ

ଆସିକା ଏନଏସିରେ ନୂତନ ମାର୍କେଟ କମ୍ପେ୍ଲକ୍ସ ଲିଜ ପ୍ରଦାନ ଅନିୟମିତତା ବିରୁଦ୍ଧରେ ଅନଶନ

13
ମାର୍କେଟ କମ୍ପେ୍ଲକ୍ସ ଲିଜ ପ୍ରଦାନ ଅନିୟମିତତା ବିରୁଦ୍ଧରେ ଅନଶନ


ଆସିକା,୧୯/୧୧(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ଏନଏସିରେ ନୂତନ ମାର୍କେଟ କମ୍ପେ୍ଲକ୍ସ ଲିଜ ପ୍ରଦାନ ଅନିୟମିତତା ବିରୁଦ୍ଧରେ ଅନଶନ । ଏହି ନୂତନ ମାର୍କେଟ କମ୍ପେ୍ଲକ୍ସ ଟି ଏନଏସି ଅଫିସର ପଛପଟ ଓ ଆସିକା ଅଶୋକ ସିନେମା ହଲ ସମ୍ମୁଖ ଏକ ମୁଲ୍ୟବାନ ଏନଏସି ଜମିରେ ପୂର୍ବ ବ୍ୟବସାୟୀ ମାନଙ୍କୁ ହଟାଇ ନୂତନ ଭାବେ ନିର୍ମିତ କରାଯାଇଥିଲା । ଏନଏସି ପକ୍ଷରୁ ଗତ ୨୦୧୮ରେ ୮୦ କୋଟି ଟଙ୍କା ବ୍ୟୟରେ ଏହି ମାର୍କେଟ କମ୍ପେ୍ଲକ୍ସ ଏକ ଘରୋଇ ଠିକାଦାରଙ୍କୁ ପ୍ରଦାନ କରାଯାଇଥିଲା । ବିଭିନ୍ନ ସମସ୍ୟା ଯୋଗୁଁ ଏହା ଦିର୍ଘ ଦିନ ଧରି ବନ୍ଦ ରହିଲା । ଏହାପରେ ସ୍ଥାନୀୟ ବିଲଡରଙ୍କ ଦ୍ୱାରା ମାର୍କେଟ କମ୍ପେ୍ଲକ କାର୍ଯ୍ୟ ସମାପ୍ତ କରାଯାଇଥିଲା । ଏହାପରେ ଏହି କମ୍ପେ୍ଲକ୍ସକୁ ଲିଜ ସୂତ୍ରରେ ଦେବା ପାଇଁ ଗତ ୩.୮.୨୦୧୯ ରୁ ୧୬.୮.୨୦୧୯ ରେ ଆବେଦନ କରିବା ପାଇଁ ବିଭିନ୍ନ ପତ୍ରପତ୍ରିକାରେ ବିଜ୍ଞାପନ ପ୍ରକାଶ କରାଯାଇଥିଲା । ପୁଣି ହଠାତ କୈାଣସି କାରଣ ନଥାଇ ଅହେତୁକ ଅନୁକମ୍ପା ପ୍ରଦର୍ଶନ ପାଇଁ କୈାଣିସ ନିୟମ ସ୍ପଷ୍ଟ ନଥାଇ ୨୬.୮.୨୦୧୯ ରୁ ୫.୯.୨୦୧୯ ରେ ଦ୍ୱିତୀୟ ଥର ପାଇଁ ବିଭିନ୍ନ ପତ୍ରପତ୍ରିକାରେ ଟେଣ୍ଡର ଆହ୍ୱାନ କରାଯାଇଥିଲା । ପ୍ରଥମ ଦଫାରେ ୨୨୫ ଜଣ ଟେଣ୍ଡରରେ ଭାଗ ନେଇଥିଲେ । ଏହା ଜଉମୁଦା ସହ ଗୁପ୍ତ ରଖାଯାଇ ଉଚ୍ଚ ବିଭାଗୀୟ ଅଧିକାରୀ ଓ ଏହି ଟେଣ୍ଡରରେ ଭାଗ ନେଇଥିବା ବ୍ୟକ୍ତିଙ୍କ ସମ୍ମୁଖରେ ଖୋଲା ଯାଇନଥିଲା । ଏଠାରେ କିଛି ପ୍ରଭାବଶାଳୀ, ଏନଏସି କଟ୍ରାଂକ୍ଟର, ସାମ୍ବାଦିକ,ଧନୀକ ଶ୍ରେଣୀ ବ୍ୟକ୍ତିଙ୍କୁ ଚଢା ଦରରେ ପ୍ରଦାନ କରାଯାଇଥିଲା । ଯାହାଫଳରେ ସାଧାରଣରେ ନିୟମ ଅନୁଯାୟୀ ଥିବା କ୍ଷୁଦ୍ର ବ୍ୟବସାୟୀ, ପୂର୍ବରୁ ଏହି ସ୍ଥାନରେ ଏନଏସିର ଲିଜ ସୂତ୍ରରେ ଦିର୍ଘ ଦିନ ଧରି ବ୍ୟବସାୟୀ କରୁଥିବା ଉଚ୍ଚେଦ ବ୍ୟକ୍ତିଙ୍କୁ ମଧ୍ୟ ମିଳିନଥିଲା । ଆସିକା ଏନଏସିରେ ପରିବା, ରାସନ ଓ ମାଛ, ଅଣ୍ଡା କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ଏହି ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦ୍ୟେଶକୁ ଅବମାନନା କରି ରାଜନୈତିକ ବ୍ୟକ୍ତି , ବାହୁବଳି, ସାମ୍ବାଦିକ,ଏନଏସି ଠିକାଦାରଙ୍କୁ ଓ ଏନଏସିରେ କାର୍ଯ୍ୟରତ କର୍ମଚାରୀଙ୍କ ସମ୍ପର୍କୀୟ ମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇ ଦିଆଯାଇଥିଲା । ଏହାକୁ ବିରୋଧ କରି ମାର୍କେଟ କମ୍ପେ୍ଲକ୍ସ ରୁମ ପାଇବା ପାଇଁ ସୁନାମ୍ବ ସାହିର କ୍ଷୁଦ୍ର ବ୍ୟବସାୟୀ ଉଲ୍ଲାସ ଚନ୍ଦ୍ର ପାଢୀ ବଚିଂତ ହେବା ପରେ ସେ ଓଡିଶା ଉଚ୍ଚ ନ୍ୟାୟାଳୟ ଠାରେ ଏହା ବିରୋଧରେ ଏକ ରିଟ ପିଟିସନ ୩୦.୧୧.୨୦୧୯ ତାରୀଖରେ ରିଟ ପିଟିସନ ସିଭିଲ ନମ୍ବର-୨୦୬୪୯/୨୦୧୯ ରେ ଦାଖଲ କରିଥିଲେ । ମାନ୍ୟବର ହାଇକୋର୍ଟ ଏହାକୁ ବିଚାର କରି ଡବ୍ଲୁ.ପି (ସି) ନମ୍ବର- ୨୦୬୪୯ /୨୦୧୯, ଆଇ.ଏ ନମ୍ବର- ୧୪୯୭୦/୨୦୧୯ ରେ ୪.୧୧.୨୦୧୯ ତାରିଖ ନବନିର୍ମିତ ମାର୍କେଟ କମ୍ପେ୍ଲକ୍ସ ରୁମ ପ୍ରଦାନ ସ୍ଥଗିତ ରଖିବା ପାଇଁ ହାଇକୋର୍ଟ ଆଦେଶ ପ୍ରଦାନ କରିଥିଲେ । ଏହି ହାଇକୋର୍ଟ ଆଦେଶ ଆସିକା ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ୭.୧୧.୨୦୧୯ ତାରିଖରେ ପାଇଥିଲେ । ଏହା ସତ୍ୱେ ଓଡିଶା ଉଚ୍ଚ ନ୍ୟାୟାଳୟ ରହିତା ଆଦେଶକୁ ଅବମାନନା କରି ରାତାରାତି ତରବରିଆ ଭାବେ ପିଛିଲା ତାରିଖରେ ରୁମ ପ୍ରଦାନ ପାଇଁ ଚୁକ୍ତି କରିଥିଲେ । ଶେଷରେ ଅଭିଯୋଗକାରୀ ଉଲ୍ଲାସ ଉଚ୍ଚତମ ନ୍ୟାୟାଳୟର ରହିତା ଦେଶକୁ ଅବମାନନା ବିରୁଦ୍ଧରେ ପୁଣି କୋର୍ଟରେ କେସ ଦାଖଲ କରିବା ପାଇଁ ଯିବା ପୂର୍ବରୁ ଆଜି ଆସିକା ଏନଏସି ଠାରେ ଉଲ୍ଲାସ ଚନ୍ଦ୍ର ପାଢୀ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ରଖି ଅନଶନରେ ବସିଥିଲେ । ଏନଏସିର ଏହି ମାର୍କେଟ କମ୍ଲେକ୍ସ ଆବଟଂନରେ ବେନିୟମ ଦୁର୍ନିତୀ ବିରୁଦ୍ଧରେ ଆସିକାର ବିଭିନ୍ନ ବୁଦ୍ଧିଜୀବୀ, ବଣିକ ସଂଘ, କ୍ଷୁଦ୍ର ବ୍ୟବସାୟୀ ସଂଘ, ଉଠା ଦୋକାନୀ, ଆଇନଜୀବୀ, ଆସିକା ସାମ୍ବାଦିକ ସଂଘ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉଲ୍ଲାସଙ୍କ ଅନଶନ ସ୍ଥଳରେ ପହଁଚି ଫୁଲମାଳ ଦେଇ ସମର୍ଥନ ଜଣାଇଥିଲେ । ପୂର୍ବରୁ ବିଜୁ ଛକ ଓ ବିଭିନ୍ନ ସ୍ଥାନରେ ମାର୍କେଟ କମ୍ପେ୍ଲକ୍ସରେ ନିମ୍ନ ମାନର କାର୍ଯ୍ୟ ସାଙ୍ଗକୁ ଏନଏସିରେ ଚାଲିଥିବା ଦୁର୍ନିତୀକୁ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଆସିକାର ବିଭିନ୍ନ ସଂଗଠନ ଦାବୀ ଜଣାଇଛନ୍ତି । ଏହି ସମସ୍ୟା ଉପରେ ଏନଏସି କାର୍ଯ୍ୟନିର୍ବାହି ଅଧିକାରୀଙ୍କୁ ପଚାରୀ ବୁଝିବାରୁ ଆମେ ମଧ୍ୟ ହାଇକୋର୍ଟରେ କେସ ଦାଖଲ କରିଛୁ ବୋଲି ମତବ୍ୟକ୍ତ କରିଥିଲେ । ନୂତନ ମାର୍କେଟ କମ୍ପେ୍ଲକ୍ସ ଏହି ଭଳି ହାଇକୋର୍ଟ ରହିତା ଦେଶ ଓ ଆସିକା ବାସିଙ୍କ ଆକ୍ରୋଶ ଯୋଗୁଁ ଏହା ବନ୍ଦ ହୋଇଯିବା ଆଶଙ୍କା ଦେଖା ଦେଇଛି ।