
ନୂଆଦିଲ୍ଲୀ, ୧୬/୧୦/୨୧ (ଜିଲ୍ଲା ଖବର) : ନିକଟରେ ସାଉଥ ଅଭିନେତ୍ରୀ ଖୁସବୁ ସୁନ୍ଦର ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଏଥିରେ ସେ ପୂର୍ବ ଅପେକ୍ଷା ଏକଦମ୍ ଭିନ୍ନ ନଜର ଆସୁଛନ୍ତି । ପ୍ରକୃତରେ ଏଥିରେ ତାଙ୍କର ପୂର୍ବ ଅପେକ୍ଷା ଓଜନ କମିଥିବା ନଜର ଆସୁଛନ୍ତି । ତେବେ ତାଙ୍କର ଏହି ଫଟୋ ଦେଖି ତାଙ୍କୁ ଚିହ୍ନିବା ମୁସ୍କିଲ ।
ସେ ତାଙ୍କ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି । ଏହା ସହିତ ତାଙ୍କର ୧୫ କିଲୋ ଓଜନ କମିଥିବା କଥା ମଧ୍ୟ କହିଛନ୍ତି । ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ସେବେ ଆଉ ଏବେ ! ବେଶି କିଛି ଫରକ୍ ନାହିଁ ,କେବଳ ୧୫ କିଲୋ କମ୍ କରିଛି ‘ ।
ଅଭିନେତ୍ରୀ ସବୁବେଳେ ସବୁ ଫଟୋରେ ତ ଖୁବ୍ ସୁନ୍ଦର ନଜର ଆସନ୍ତି, କିନ୍ତୁ ଏବେ ତାଙ୍କର ଏହି ନୂଆ ଫଟୋରେ ସେ ଏକଦମ୍ ଫିଟ ଏବଂ ଆହୁରି ଆକର୍ଷଣୀୟ ଲାଗୁଛନ୍ତି । ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହିତ, ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି ।
ତେବେ ଶିଶୁ କଳାକାର ରୂପେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଖୁସବୁ ସୁନ୍ଦର ଏହାପରେ ସେ ୧୯୮୫ରେ ରିଲିଜ୍ ହୋଇଥିବା ‘ଜାନୁ’ରେ ମୁଖ୍ୟ ଭୂମିକାରେ କ୍ୟାରିୟର ଆରମ୍ଭ କରିଥିଲେ । ତାପରେ ସେ ଅନେକ ଫିଲ୍ମରେ କାମ କରିଛନ୍ତି ।


