
ରାୟପୁର, ୧୬/୧୦/୨୧ (ଜିଲ୍ଲା ଖବର) : ଛତିଶଗଡ଼ର ରାୟପୁର ସ୍ଥିତ ରେଲଓ୍ୱେ ଷ୍ଟେସନରେ ବିସ୍ଫୋରଣ । ସୁତ୍ର ମୁତାବକ ଏହି ବିସ୍ଫୋରଣ ସିଆରପିଏଫର ସ୍ପେଶାଲ ଟ୍ରେନରେ ହୋଇଛି । ଏଥିରେ ସିଆରପିଏଫର ୪ ଜଣ ଯବାନ ଆହତ ହୋଇଛନ୍ତି । ସକାଳ ପ୍ରାୟ ୬ଟା ବେଳେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି ।
ରାୟପୁର ପୋଲିସ୍ର କହିବାନୁଯାୟୀ ସିଆରପିଏଫ ର ୨୧୧ ବାଟାଲିଅନର ଯବାନମାନେ ସ୍ପେଶାଲ୍ ଟ୍ରେନ୍ ଯୋଗେ ଜମ୍ମୁ ଯାଉଥିଲେ । ତେବେ ରେଲୱେ ଷ୍ଟେସନର ଦୁଇ ନମ୍ବର ପ୍ଲାଟଫର୍ମରେ ବିସ୍ଫୋରକ ସାମଗ୍ରୀକୁ ଗୋଟିଏ ବଗିରୁ ଅନ୍ୟ ବଗିକୁ ସ୍ଥାନାନ୍ତର କରିବା ବେଳେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି ।



