
ନୂଆଦିଲ୍ଲୀ, ୧୬/୧୦/୨୧ (ଜିଲ୍ଲା ଖବର) : ସାଉଥ୍ ସିନେମାର ଅଲରାଉଣ୍ଡର୍ କୁହାଯାଉଥିବା ପୃଥ୍ବୀରାଜ୍ ସୁକୁମାରନଙ୍କ ଆଜି ଜନ୍ମଦିନ । ସେ ଜଣେ ଅଭିନେତା ହେବା ସହିତ, ନିର୍ମାତା, ନିର୍ଦ୍ଦେଶକ ଓ ଗାୟକ ମଧ୍ୟ । ମଲାୟାଲମ ସିନେମାରେ ସେ ମୁଖ୍ୟତଃ କାମ କରୁଛନ୍ତି । କିନ୍ତୁ ସେ କେବଳ ମଲାୟାଲମ ନୁହେଁ, ଏହା ସହିତ ତାମିଲ, ତେଲୁଗୁ ଓ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ପୃଥ୍ବୀରାଜ୍ ୧୬ ଅକ୍ଟୋବର୧୯୮୨ରେ ଜନ୍ମଗ୍ରହଣ କରିଥିଲେ ।
ତାଙ୍କ ଘରେ ଅଭିନୟ ମାହୋଲ ରହିଛି । ଯେଉଁଥିପାଇଁ ସେ ମଧ୍ୟ ଏଥିରେ ନିଜର କ୍ୟାରିୟର କରିଛନ୍ତି । ଅନେକ ହିଟ ଫିଲ୍ମରେ ସେ କାମ କରିଛନ୍ତି। ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ଏବେ ଯାଏ ସେ ପାଖାପାଖି ୧୦୦ ଫିଲ୍ମରେ କାମ କରି ସାରିଲେଣି ।
୨୦୦୬ରେ ତାଙ୍କୁ ଫିଲ୍ମ’ ବାସ୍ତବମ୍’ ରେ ସର୍ବଶ୍ରେଷ୍ଠ ଅଭିନୟ ପାଇଁ ତାଙ୍କୁ କେରଳ ରାଜ୍ୟ ଆଓ୍ବାର୍ଡ ରେ ସମ୍ମାନିତ କରାଯାଇଥିଲା । ଆଉ ସେ ହେଉଛନ୍ତି ଏହି ଆଓ୍ବାର୍ଡ ପାଇଥିବା ସବୁଠାରୁ କମ୍ ବୟସ୍କ ଅଭିନେତା ଥିଲେ ।
ତାଙ୍କୁ ଫଟୋ ଉଠାଇବା ଏବଂ ତାକୁ ସ୍ମୁତି କରି ସଜାଇବା ଭାରି ପସନ୍ଦ । ପଢିବାକୁ ମଧ୍ୟ ସେ ବହୁତ୍ ଭଲ ପାଆନ୍ତି । ସୁଇଜରଲ୍ୟାଣ୍ଡ ହେଉଛି ତାଙ୍କର ସବୁଠାରୁ ପ୍ରିୟ ସ୍ଥାନ ।
୨୫ ଏପ୍ରିଲ ୨୦୧୧ରେ ସୁପ୍ରିୟା ମେନନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କର ଏକ ସନ୍ତାନ ମଧ୍ୟ ଅଛି।


