Wednesday, November 11, 2026
Home ଆଞ୍ଚଳିକ ରାଜ୍ୟରେ କରୋନା ନେଲା ୩ ଜୀବନ

ରାଜ୍ୟରେ କରୋନା ନେଲା ୩ ଜୀବନ

6

ଭୁବନେଶ୍ବର,୧୬/୧୦/୨୧ (ଜିଲ୍ଲା ଖବର) : ରାଜ୍ୟରେ କୋରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ସେହିପରି  ମୃତ୍ୟୁରେ ମଧ୍ୟ ଲାଗୁଛି ବ୍ରେକ୍‌।  ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ଜଣେ ରହିଥିବା ବେଳେ ପୁରୀରୁ ଜଣେ ଏବଂ ସୁନ୍ଦରଗଡ଼ରୁ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୨୮୨କୁ ବୃଦ୍ଧି ପାଇଛି।

ସେହିପରି ଆଜି ରଜ୍ୟରେ ୩୫୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୭ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୬୩୪କୁ ବୃଦ୍ଧି ପାଇଛି ।  ସୁସ୍ଥ ହେଲେଣି ୧୦ଲକ୍ଷ ୨୧ହଜାର ୧୮୦ ସଂକ୍ରମିତ । ଏବେ ରାଜ୍ୟରେ ୫ହଜାର ୧୧୯ ଆକ୍ଟିଭ୍ କେସ୍ ରହିଛି ।