
କଟକ,୧୬/୧୦/୨୧ (ଜିଲ୍ଲା ଖବର) : ୬୫ ନମ୍ବର ରାଜ୍ୟ ରାଜପଥ ଆଠଗଡ ଥାନା ଅନ୍ତର୍ଗତ ଆଙ୍କୁଲା ପେଟ୍ରୋଲ ପମ୍ପ ନିକଟରେ ହାଇଓ୍ବା ଧକ୍କାରେ ଜଣେ ମୃତ, ଜଣେ ଗୁରୁତର । ମୃତକ ହେଲେ ଆଠଗଡ ଆଙ୍କୁଲା ଗ୍ରାମର ଶ୍ରୀଧର ପ୍ରଧାନ।
ଆଙ୍କୁଲା ଗ୍ରାମର ଶ୍ରୀଧର ପ୍ରଧାନ ଓ ତାଙ୍କ ଜ୍ବାଇଁ ବଡମ୍ବା ରତାପାଟ ଗ୍ରାମର ହର ପ୍ରସାଦ କଁଅର ଆଠଗଡ ବଜାରରୁ ଆସୁଥିବା ବେଳେ ପଛପଟୁ ଏକ ହାଇଓ୍ବା ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତକଙ୍କ ଶବ ନାଳରୁ ବାହାର କରିଥିବା ବେଳେ ଆହତଙ୍କୁ ମେଡିକାଲ ପଠାଇଥିଲେ।



