
ପୁରୀ,୧୬/୧୦/୨୧ (ଜିଲ୍ଲା ଖବର) : ଶ୍ରୀକ୍ଷେତ୍ରରେ ଏକାଦଶୀରେ ଅର୍ଥାତ ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଗୋଷାଣି ଏକାଠି ହେବେ। ଏହା ଦେବୀସଭା ଭାବେ ପରିଚିତ। କିନ୍ତୁ ଗତବର୍ଷ ପରି ଚଳିତବର୍ଷ ପ୍ରଶାସନ ପକ୍ଷରୁ ଅନେକ କଟକଣା ଜାରୀ କରାଯାଇଛି। ଆଜି ମଧ୍ୟାହ୍ନ ୧୨ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ ରାତ୍ର ଯାଏଁ ବଡ଼ଦାଣ୍ଡରେ ୧୪୪ ଧାରା ଜାରୀ ହେବ। ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଓ ମରିଚିକୋଟ ଛକଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରୀ ହେବ। ପ୍ରତ୍ୟେକ ଗୋଶାଣୀ ପାଇଁ ମାତ୍ର ୭ ଜଣଙ୍କୁ ଅନୁମତି ଦେଇଛି ପ୍ରଶାସନ।
ସେମାନଙ୍କୁ ପରିଚୟ ପତ୍ର ଦିଆଯାଇଛି। ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ସେବାପୂଜା ପାଇଁ ଯାଉଥିବା କୌଣସି ସେବାୟତଙ୍କୁ ଅଟକାଯିବ ନାହିଁ କି ଜରୁରୀକାଳୀନ ସେବା ପ୍ରଭାବିତ ହେବ ନାହିଁ। ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି ଓ ଆଖଡା ଦ୍ୱାରା ହେଉଥିବା ୪୦ରୁ ଉର୍ଦ୍ଧ୍ଵ ଗୋଷାଣୀ ସିଂହଦ୍ୱାରକୁ ଭଷାଣ ଶୋଭାଯାତ୍ରାରେ ଆସିବା ସମୟରେ ବାଜା ବାଜିବନି କି ଆଲୋକ ଲାଗିବନି। ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ କୋଭିଡ ୧୯ କଟକଣାକୁ ସମ୍ପୂର୍ଣ୍ଣ ପାଳନ।


