
ଭୁବନେଶ୍ୱର,୧୬/୧୦/୨୧ (ଜିଲ୍ଲା ଖବର) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୬ ବର୍ଷରେ ପାଦ ଦେଇଛନ୍ତି ନବୀନ । ୧୯୪୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ । ସେପଟେ ଜନ୍ମଦିନ ନପାଳିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏହାସହ ନବୀନ ନିବାସ ନଆସିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ନବୀନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମୋଦି ଟ୍ୱିଟ୍ କରି କହିଛନ୍ତି ଶ୍ରୀ ନବୀନ ପଟ୍ଟନାୟକ ଜୀଙ୍କୁ ତାଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା। ଏଥିସହ ନବୀନଙ୍କ ଦୀର୍ଘ ଜୀବନ କାମନା କରିବା ସହ ଓଡ଼ିଶାବାସୀଙ୍କ ସେବା କରିଚାଲନ୍ତୁ ବୋଲି ଲେଖିଛନ୍ତି ।
ଜନ୍ମଦିନ ଅବସରରେ କୋଭିଡରେ ମୃତ ପରିବାରକୁ ସାହାଯ୍ୟ କରିବାକୁ ମୁଖ୍ୟମମନ୍ତ୍ରୀ ନବୀନ ଆହ୍ବାନ କରିଛନ୍ତି । ଏହାସହ ରକ୍ତଦାନ ଭଳି ମହତ କାର୍ଯ୍ୟ ହେବ ଜନ୍ମଦିନ ପାଇଁ ସଵୁଠୁ ବଡ଼ ଶୁଭେଚ୍ଛା ବୋଲି ସିଏମ କହିଛନ୍ତି ।


