Sunday, November 15, 2026
Home ଆଞ୍ଚଳିକ ୨୦ ବର୍ଷ ପରେ ପୁଣି ଦର୍ଶକ ଦେଖିବେ ସନ୍ନି ଓ ଅମିଷାଙ୍କ ଯୋଡି

୨୦ ବର୍ଷ ପରେ ପୁଣି ଦର୍ଶକ ଦେଖିବେ ସନ୍ନି ଓ ଅମିଷାଙ୍କ ଯୋଡି

19

ନୂଆଦିଲ୍ଲୀ,୧୬/୧୦/୨୧ (ଜିଲ୍ଲା ଖବର) : ଦୀର୍ଘ ବର୍ଷ ପରେ ପୁଣି ଏକାଠି ନଜର ଆସିବ ବଲିଉଡ ଅଭିନେତା ସନି ଦେଓଲ ଏବଂ ଅଭିନେତ୍ରୀ ଅମିଷା ପଟେଲଙ୍କ ଯୋଡି ।  ୨୦୦୧ରେ ଆସିଥିବା ଫିଲ୍ମ ‘ଗଦର ଏକ ପ୍ରେମ୍‌ କଥା’ ବେଶ ସଫଳତା ପାଇଥିଲା । ଆଉ ଏବେ ୨୦ ବର୍ଷ ପରେ ପୁଣିଥରେ ଏହି ପ୍ରେମ କାହାଣୀକୁ ନେଇ ଆଗକୁ ବଢ଼ାଯିବ। ପୂର୍ବରୁ ଫିଲ୍ମର ସିକ୍ୱେଲ ବିଷୟରେ ଘୋଷଣା କରି ମୋଶନ ପୋଷ୍ଟର ରିଲିଜ୍‌ କରାଯାଇଛି। ଫିଲ୍ମ ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ ।

ତେବେ ଶୁକ୍ରବାର ଦିନ ସନି ଦେଓଲ ଗଦର- ୨ର ମୋଶନ ପୋଷ୍ଟର ରିଲିଜ୍‌ କରିଛନ୍ତି। ୨୦୨୨ରେ ଏହି ଫିଲ୍ମ ରିଲିଜ୍ ହେବ । ଗଦରରେ କାହାଣୀ ଯେଉଁଠୁ ସରିଥିଲା, ସେଇଠୁ ହିଁ ସିକ୍ୱେଲର କାହାଣୀ ଆଗକୁ ଆରମ୍ଭ ହେବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅନିଲ ଶର୍ମା ।