Sunday, November 15, 2026
Home ଆଞ୍ଚଳିକ ପରଲୋକରେ ଅଭିନେତ୍ରୀ ଫାରୁଖ ଜାଫର

ପରଲୋକରେ ଅଭିନେତ୍ରୀ ଫାରୁଖ ଜାଫର

6

ନୂଆଦିଲ୍ଲୀ, ୧୬/୧୦/୨୧ (ଜିଲ୍ଲା ଖବର) : ଚଳଚ୍ଚିତ୍ର ‘ଗୁଲାବୋ ସିତାବୋ’ ପାଇଁ ବେଶ ଜଣାଶୁଣା ଥିବା ଅଭିନେତ୍ରୀ ଫାରୁଖ୍ ଜାଫରଙ୍କ ପରଲୋକ । ୮୯ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ବଡ ଝିଅ ମେହେରୁ ଜାଫର ।

ସୂଚନା ଅନୁଯାୟୀ, ଫାରୁଖଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିବାରୁ, ତାଙ୍କୁ  ଚଳିତ ମାସ ଆରମ୍ଭରେ ଲକ୍ଷ୍ମୌର ସାହାରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ନିଶ୍ବାସ ନେବାରେ ଅସୁବିଧା ହେଉଥିଲା । ଏବଂ ଶୁକ୍ରବାର ସଂଧ୍ୟାରେ ସେଠାରେ ସେ ତାଙ୍କର ତାଙ୍କର ଶେଷ ନିଶ୍ପାସ ତ୍ୟାଗ କରିଛନ୍ତି ବୋଲି ମେହେରୁ କହିଛନ୍ତି । ତେବେ ତାଙ୍କ ବିୟୋଗରେ ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି ।   

ପ୍ରକାଶ ଥାଉକି, ୧୯୮୧ ମସିହାରେ ସେ ‘ଉମ୍ରାବ ଜାନ’ ଚଳଚ୍ଚିତ୍ର ସହିତ ପରଦାରେ ଡେବ୍ୟୁ କରିଥିଲେ। ସେ ରେଖାଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ଆହୁରି ଅନେକ ସିନେମାରେ କାମ କରିଛନ୍ତି ।