Thursday, November 12, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା,ହେମା ମାଳିନୀ

ଜନ୍ମଦିନର ଶୁଭେଚ୍ଛା,ହେମା ମାଳିନୀ

6

ନୂଆଦିଲ୍ଲୀ, ୧୬/୧୦/୨୧ (ଜିଲ୍ଲା ଖବର) : ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଳିନୀଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି । ୧୬ ଅକ୍ଟୋବର ୧୯୪୮ରେ ତାମିଲନାଡୁର Ammankudiରେ ସେ ଜନ୍ମଗ୍ରହଣ କରିଥିଲେ ।  ହେମା ମାଳିନୀ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ହିଟ ଫିଲ୍ମ ଭେଟି ଦେଇଚନ୍ତି ଦର୍ଶକଙ୍କୁ । ତାଙ୍କ ଅଭିନୟକୁ ବେଶ ପସନ୍ଦ କରନ୍ତି ଦର୍ଶକ । ଏବେବି ସେ ଅଭିନୟ ସକ୍ରିୟ ହୋଇଛନ୍ତି । କମିନାହିଁ ତାଙ୍କ କ୍ରେଜ୍ ।

ତେବେ ସେ ଭଲ ଅଭିନୟ କରିବା ସହିତ ସେ ଜଣେ ଭଲ କ୍ଲାସିକାଲ ଡାନ୍ସର ମଧ୍ୟ । ତାଙ୍କୁ ବଲଉଡର ଡ୍ରିମ୍ ଗାର୍ଲ ବୋଲି ମଧ୍ୟ କୁହାଯାଏ । ଫିଲ୍ମ’ସପ୍ନୋ କା ସୌଦାଗର’ ମାଧ୍ୟମରେ ସେ ଡେବ୍ୟୁ  କରିଥିଲେ । ସେ ତାଙ୍କର ପ୍ରଥମ ସିନେମାରୁ ହିଁ ସଫଳତା ହାସଲ କରିଥିଲେ ଏବଂ ପରିଚିତ ହୋଇଥିଲେ । ଏହାପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଆଗକୁ ଆଗକୁ ବଢି ଚାଲିଲେ ଏବଂ ଢେର ସଫଳତା ଓ ଲୋକପ୍ରିୟତା ସାଉଣ୍ଟିଛନ୍ତି ସେ । ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଅର୍ଗସ୍ ପରିବାର ତରଫରୁ ଢେରସାରା ଶୁଭକାମନା ।