
ଭୁବନେଶ୍ବର,୧୬/୧୦/୨୧ (ଜିଲ୍ଲା ଖବର) : ଭୁବନେଶ୍ବରର ବହୁ ଚର୍ଚ୍ଚିତ ମନୀଷ ମୃତ୍ୟୁ ଘଟଣା। ଘଟଣାରେ 3 ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଦିନେସ ମହାପାତ୍ର ଓରଫ ଲିଟୁ, ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନା ଓ ଅମରୀତ ବିଶ୍ବାଳ। ହତ୍ୟା , ଷଡଯନ୍ତ୍ର ଓ ପ୍ରମାଣ ନଷ୍ଟ ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇପାରେ।
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କୁ ହତ୍ୟା କରାଯାଇଛି । ସେ ଆତ୍ମହତ୍ୟା କରିନାହାନ୍ତି ବୋଲି ପୋଲିସକୁ ପ୍ରମାଣ ମିଳିସାରିଛି । ଏପରିକି ମନୀଷଙ୍କ ସାଙ୍ଗମାନେ ହିଁ ତାଙ୍କୁ ହତ୍ୟା କରିଛନ୍ତି ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ସିସିଟିଭି ଫୁଟେଜରେ ହତ୍ୟାକାରୀଙ୍କ ଗତିବିଧି ରେକର୍ଡ ହୋଇ ରହିଛି ।
ଗତ ଶନିବାର ମନୀଷ, ମୃତ୍ୟୁଞ୍ଜୟ ଏବଂ ଦିନେଶ ସାଉଥ୍ ସିଟି ହୋଟେଲ୍କୁ ଯାଇଥିଲେ। ତେବେ ସେଠି ବିଲ୍ ପେମେଣ୍ଟକୁ ନେଇ ବଚସା ହୋଇଥି ମନୀଷଙ୍କୁ ସଂପୃକ୍ତ ହୋଟେଲ୍ କର୍ମଚାରୀ ଅଟକ ରଖିଥିଲେ । ଏହାପରେ କିଛି ଲୋକ ମାରପିଟ୍ କରିବା ସହ ଟଙ୍କା ମାଗୁଥିବା ନେଇ ରବିବାର ଭୋରରେ ବାପା ନବୀନ ଦାସଙ୍କୁ ଫୋନ୍ କରି ଜଣାଇଥିଲେ ମନୀଷ ।
ଖବର ପାଇ ଭୋର୍ ୩ଟା ୨୪ରେ ୫ ହଜାର ଓ ୩ଟା ୨୭ରେ ଆଉ ୩ ହଜାର ଟଙ୍କା ପଠାଇଥିଲେ ପରିବାର ଲୋକ । ଆଉ ସେହ ଟଙ୍କାରେ ହୋଟେଲ୍ ବିଲ୍ ପେମେଣ୍ଟ ହୋଇଥିବା ସନ୍ଦେହ କରାଯାଉଛି । ଆଉ ତାର କେଇ ଘଣ୍ଟା ପରେ ପୋଖରୀରୁ ମିଳିଥିଲା ମନୀଷଙ୍କ ମୃତଦେହ ।



