
ନୂଆଦିଲ୍ଲୀ, ୧୬/୧୦/୨୧ (ଜିଲ୍ଲା ଖବର) : ଗତ କିଛି ଦିନ ଧରି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ସାମ୍ନାକୁ ଆସୁଛି । ଠିକ୍ ସେହିପରି ନିକଟରେ ପୁଣି ଥରେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କନ୍ନଡ ଫିଲ୍ମ ଅଭିନେତା ଜିକେ ଗୋବିନ୍ଦ ରାଓ ଏ ଦୁନିଆକୁ ଅଲବିଦା କରି ଚାଲି ଯାଇଛନ୍ତି ଆରପାରିକୁ । ଗତ ଶୁକ୍ରବାର ଦିନ ୮୪ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବୟସ ସମ୍ବନ୍ଧୀୟ ରୋଗରେ ସେ ପିଡୀତ ଥିଲେ ଏବଂ ଶେଷ ସମୟରେ ସେ ତାଙ୍କ ଝିଅଙ୍କ ଘରେ ରହୁଥିଲେ ବୋଲି ସୂଚନା ରହିଛି ।


