
ବାଲିଗୁଡା,୧୫/୧୦(ଜିଲ୍ଲା ଖବର):
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଗତକାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ସୁନାପାଙ୍ଗାରେ ଛିଡା ହୋଇଥିବା ଟାଟା ମ୍ୟାଜିକ ର ପଛପଟୁ ଧକ୍କାଦେଲା ବାଇକ ଆରୋହୀ,ଟାଉନର ସୁନାପାଙ୍ଗା ଠାରେ ଭାରସାମ୍ୟ ହରାଇ ବାଇକ OD 12 A 6573 ଟି ଟାଟା ମ୍ୟାଜିକ କୁ ପଛପଟୁ ଧକ୍କାଦେଇ ଯୁବକଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ବାରଖମା ପାତ୍ର ସାହିର ମଙ୍ଗରାଜ ଘଡେଇ, ବୟସ 35 ବର୍ଷ ବୋଲି ଜଣାପଡିଛି lଶୁକ୍ରବାର ଦିନ କୌଣସି କାମରେ ଘରକୁ ଫେରୁଥିବା ବେଳେ ସୁନାପାଙ୍ଗା ନିକଟରେ ଦୁର୍ଘଟଣା ଘଟିଥିଲା l ଖବର ପାଇ ସମାଜସେବୀ ରାମାନନ୍ଦ ଘଡ଼ାଇଙ୍କ ସହ ବିଜେପି ର ନେତୃବୃନ୍ଦ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ, ପୋଲିସ୍ କୁ ଖବର ଦେଇଥିଲେ l ଗୁରୁତର ଅବସ୍ଥାରେ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା,ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଘଟଣା ସ୍ଥଳରେ ଏସ୍.ଡି.ପିଓ ମନୋଜ ପୁଜାରି ପହଞ୍ଚି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ



