ପ୍ରଶ୍ନ ପଚାରିଲେ ଉତ୍ତର ନୁହେଁ କ୍ୟାମେରା ବନ୍ଦ କରିବାକୁ କହୁଛନ୍ତି ବିଧାୟିକା

11

କେନ୍ଦୁଝର,୧୩/୧୦/୨୧ (ଜିଲ୍ଲା ଖବର) :  ପ୍ରଶ୍ନ ପଚାରିଲେ ଉତ୍ତର ନୁହେଁ  କ୍ୟାମେରା ବନ୍ଦ କରିବାକୁ କହୁଛନ୍ତି । ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତଙ୍କ ଏଭଳି ବ୍ୟବହାରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆପଣ ବି ଶୁଣନ୍ତୁ କଣ ଥିଲା ବିଧାୟିକାଙ୍କୁ ପ୍ରଶ୍ନ ଆଉ କେମିତି ରିଆକ୍ଟ କରିଥିଲେ ମୀନାକ୍ଷୀ ମ୍ୟାଡାମ ।

ପ୍ରଶ୍ନ ଥିଲା କେମିତି ସ୍କୁଲରେ ଶିକ୍ଷକ ନ ଥିବାବେଳେ ଏହାକୁ 5T ଅଧୀନରେ ଆଦର୍ଶ ସ୍କୁଲ କରାଯାଉଛି । କରଞ୍ଜିଆର ବାଲକା ପୋଲ କଥା ପଚାରିଲାରୁ ମଧ୍ୟ ବିଧାୟିକା ପ୍ରତିକ୍ରିୟାଶୀଳ ହୋଇଉଠୁଛନ୍ତି । 11 ବର୍ଷ ଧରି ପୋଲ କାମ ସରି ନଥିବାରୁ ବିଧାୟିକାଙ୍କଠୁ ଉତ୍ତର ମଗାଯାଇଥିଲା । କିନ୍ତୁ ସେ ପ୍ରତିକ୍ରିୟା ବଦଳରେ କ୍ୟାମେରା ବନ୍ଦ ରଖିବାକୁ କହିଥିଲେ ।