Wednesday, November 11, 2026
Home ଆଞ୍ଚଳିକ ଦୂର୍ଗାପୂଜା ପେଣ୍ଡାଲ ପାଖରେ କାନ୍ଦିଲେ କାଜଲ୍

ଦୂର୍ଗାପୂଜା ପେଣ୍ଡାଲ ପାଖରେ କାନ୍ଦିଲେ କାଜଲ୍

10

ନୂଆଦିଲ୍ଲୀ, ୧୩/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ କାଜଲ ଦୂର୍ଗାପୂଜା ବେଶ ଧୂମଧାମରେ ପାଳନ କରୁଛନ୍ତି । ତେବେ ଏହି ଖୁସିର ଅବସରରେ କାଜଲଙ୍କର ଏକ ଇମୋସନାଲ ଭିଡିଓ ବେଶ ଭାଇରାଲ ହେଉଛି । ତେବେ ସେହି ଭିଡିଓରେ କାଜଲ କାନ୍ଦୁଥିବା ନଜର ଆସୁଛନ୍ତି । ଅଙ୍କଲଙ୍କୁ  ଦେଖିବା କ୍ଷଣି ,ସେ ତାଙ୍କ ଆଖି ଲୁହକୁ ଅଟକାଇ ପାରି ନଥିଲେ । ତାଙ୍କୁ ଆଲିଙ୍ଗନ କରି କାନ୍ଦି ପକାଇଥିଲେ । ତେବେ ସେ ତାଙ୍କୁ ଦେଖି ଏପରି ଇମୋସନାଲ ହୋଇ ପଡିବାର କାରଣ ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ତାଙ୍କର ଏହି ଭିଡିଓରେ ଫ୍ୟାନ୍ସ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।

ପ୍ରକାଶ ଥାଉକି ୪୭ ବର୍ଷିୟା କାଜଲ ୧୯୯୨ରେ ଫିଲ୍ମ’ବେଖୁଦି’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ୧୯୯୯ରେ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କାଜଲ । ତାଙ୍କର ଦୁଇ ସନ୍ତାନ ଅଛନ୍ତି ।