
ଗଞ୍ଜାମ, ୧୩/୧୦/୨୧ (ଜିଲ୍ଲା ଖବର) : ବ୍ରହ୍ମପୁର ସହରରେ ଆଇପିଏଲ୍ ବେଟିଂ ବନ୍ଦ ହେଉନାହିଁ । ଗୋଟିଏ ରାକେଟ୍ ବନ୍ଦ ହେଉ ହେଉ ନୂଆ ରାକେଟ୍ ପୁଣି ଆରମ୍ଭ ହେଉଛି । ସୋମବାର ବ୍ରହ୍ମପୁର ପୋଲିସ ଲାଞ୍ଜିପଲ୍ଲୀ ପାଢ଼ୀ କଲୋନୀର ତଥା ବ୍ରହ୍ମପୁରରେ ମୁଖ୍ୟ ଆଇପିଏଲ୍ ସଟାବାଜିରେ ଜଗନ୍ନାଥ ପାଢ଼ିଙ୍କ ସହ ୮ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୮.୬୩ଲକ୍ଷ ଟଙ୍କା ଜବତ ହୋଇଛି ।
ଜଗନ୍ନାଥ ବ୍ରହ୍ମପୁରରେ ରାକେଟ୍ ଆରମ୍ଭ କରିଥିବା ପୁଲିସ ତଦନ୍ତରେ ଜଣାପଡିଛି । ଜଗନ୍ନାଥଙ୍କ ସହ ଅନେକ ଲିଙ୍କ୍ରେ ରହିଛନ୍ତି। ସେମାନଙ୍କୁ ଖୋଜିବା ଏବେ ଆରମ୍ଭ ହୋଇସାରିଛି ।
ଜଗନ୍ନାଥ ପୁରା ରାକେଟ ଚଳାଉଥିବାରୁ ପୁଲିସ ପଚରା ଉଚରା କରିବାକୁ କୋର୍ଟରେ ଚାରି ଦିନିଆ ରିମାଣ୍ଡ ଆବେଦନ କରିଥିବା ଜଣାପଡିଛି। ଆଜିଏହାର ଶୁଣାଣି ହେବ ବୋଲି ସୂଚନା ମିଳିଛି ।
ଦୁଇଟି ୱେବ୍ ସାଇଟ୍ ଜରିଆରେ ଜଗନ୍ନାଥ ଆଇପିଏଲ୍ ସଟାବାଜିକୁ ଚଲାଉଥିଲେ । ସେହି ୱେବ୍ସାଇଟ୍ ଲିଙ୍କ୍ ଖୋଜିବା ବେଳେ ବହୁ ଲୋକଙ୍କ ସମ୍ପୃକ୍ତି ବାହାରିଥିବା ସୂଚନା ମିଳୁଛି।



