Wednesday, November 11, 2026
Home ଆଞ୍ଚଳିକ ୪୮ ଘଣ୍ଟାରେ ଲଘୁଚାପର ରୂପ ନେବ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ

୪୮ ଘଣ୍ଟାରେ ଲଘୁଚାପର ରୂପ ନେବ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ

15

୧୩/୧୦/୨୧ (ଜିଲ୍ଲା ଖବର) : ୪୮ ଘଣ୍ଟାରେ ଲଘୁଚାପର ରୂପ ନେବ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ। ସମୁଦ୍ରରୂ ୪.୫ କିମି ଉଚ୍ଚତାରେ ଏହି ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଥିବା ବେଳେ ଆଗମୀ ୨୪ ଘଣ୍ଟାରେ ଏହା ଦକ୍ଷିଣ ଓଡିଶା-ଉତ୍ତର ଆନ୍ଧ୍ର ଉପକୂଳ ଆଡକୁ ଗତି କରିବ।

ଏହା ପ୍ରଭାବରେ ୧୫ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୯ ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଓଡିଶାର ୧୧ଟି ଜିଲ୍ଲାରୁ ମୌସୁମୀ ବାୟୂ ସମ୍ପୁର୍ଣ୍ଣ ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡିଛି। କେବଳ ଉପକୂଳ ଓଡିଶାକୁ ଛାଡିଦେଲେ ଉତ୍ତର-ଦକ୍ଷିଣ-ପଶ୍ଚିମ ଓଡିଶାର ପ୍ରାୟ ସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି। ଦିନେରୁ ଦୁଇ ଦିନ ମଧ୍ୟରେ ରାଜ୍ୟର ମୌସୁମୀ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ କରାଯିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।